ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରରେ ଜମି ଅଧିଗ୍ରହଣ କରିପାରିବ ଭାରତୀୟ ସେନା, ଦରକାର ପଡିବନି NOC - crpf and bsf do not need NOC

ଜମି ଅଧିଗ୍ରହଣ ସମ୍ପର୍କରେ ଜମ୍ମୁ କାଶ୍ମୀର ପ୍ରଶାସନ ଏକ ଗୁରୁତ୍ବପୂର୍ଣ୍ଣ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି । ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃବିସ୍ଥାପନ ଅଧିନିୟମ, 2013 ଅନୁଯାୟୀ ଜମି ଗ୍ରହଣ କରିପାରିବେ ଭାରତୀୟ ସେନା ।

ହଜରେ ଜମି ଅଧିଗ୍ରହଣ କରିପାରିବ ଭାରତୀୟ ସେନା
ହଜରେ ଜମି ଅଧିଗ୍ରହଣ କରିପାରିବ ଭାରତୀୟ ସେନା

By

Published : Jul 28, 2020, 3:18 PM IST

ଜାମ୍ମୁ: ଜମି ଅଧିଗ୍ରହଣ ସମ୍ପର୍କରେ ଜମ୍ମୁ କାଶ୍ମୀର ପ୍ରଶାସନ ଏକ ଗୁରୁତ୍ବପୂର୍ଣ୍ଣ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି । ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ସେନା, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF), ସୀମା ସୁରକ୍ଷା ବଳ (ବିଏସଏଫ) ଜମି ନେବା ପାଇଁ NOC ନେବାକୁ ପଡିବ ନାହିଁ ।

1971 ସର୍କୁଲାର ଅନୁଯାୟୀ ସେନା, ବିଏସ୍ଏଫ୍, CRPF ଇତ୍ୟାଦି ସଶସ୍ତ୍ର ବାହିନୀକୁ କୌଣସି ସ୍ଥାନରେ ଜମି ନେବା ପାଇଁ ଜମ୍ମୁ କାଶ୍ମୀରର ଗୃହ ବିଭାଗରୁ ନୋ ଅବଜେକସନ୍ ସର୍ଟିଫିକେଟ୍ (NOC) ପାଇବା ଆବଶ୍ୟକ ଥିଲା । ବର୍ତ୍ତମାନ ଏହି ସର୍କୁଲାର ପ୍ରତ୍ୟାହାର କରାଯାଇଛି । ଜମ୍ମୁ-କାଶ୍ମୀର ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃବିସ୍ଥାପନ ଅଧିନିୟମ, 2013 ଅନୁଯାୟୀ ଜମି ଗ୍ରହଣ କରିପାରିବେ । ରାଜସ୍ବ ବିଭାଗ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହା ଦର୍ଶାଯାଇଛି ।

ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୌସେନା, ସାମରିକ, ବାୟୁସେନା ଓ ସଶସ୍ତ୍ର ବାହିନୀକୁ ରଣନୀତିକ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ କରିବାକୁ ଅନୁମତି ଦିଆଯିବ । କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ଓ ଆଞ୍ଚଳିକ ପୋଲିସ ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁରକ୍ଷା ପାଇଁ ଜମି ଦଖଲ କରିପାରିବେ ।

ABOUT THE AUTHOR

...view details