ଓଡିଶା

odisha

ETV Bharat / bharat

ଦୀପାବଳି-ଛଠ ପାଇଁ ଷ୍ଟେସନରେ ଭିଡ, ସୁରକ୍ଷା କଡାକଡି - ଦୀପାବଳି-ଛଠ ଅବସରରେ ଷ୍ଟେସନରେ ବଢୁଛି ଯାତ୍ରୀଙ୍କ ସଂଖ୍ୟା

ଦୀପାବଳି ପାଇଁ ରେଳ ଷ୍ଟେସନ ଗୁଡିକରେ ଭିଡ ପରିଲକ୍ଷିତ ହେଉଛି । ଏନେଇ ଦିଲ୍ଲୀର ଆନନ୍ଦ ବିହାର ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 24, 2019, 12:02 PM IST

ନୂଆଦିଲ୍ଲୀ: ଦୀପାବଳି ଓ ଛଠ ପୂଜା ପାଇଁ ରେଳ ଷ୍ଟେସନ ଗୁଡିକରେ ବହୁଳ ମାତ୍ରାରେ ଭିଡ ଦେଖିବାକୁ ମିଳିଛି । ପୂର୍ବ-ଉତ୍ତର ଅଭିମୁଖେ ଯାଉଥିବା ଗାଡି ଆନ୍ଦବିହାର ଷ୍ଟେସନ ସବୁଠାରୁ ଭିଡପ୍ରବଣ ସ୍ଥାନ ଅଟେ । ତେଣୁ ପ୍ରତ୍ୟେକବର୍ଷ ପରି ଚଳିତବର୍ଷ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଷ୍ଟେସନରେ ବର୍ତ୍ତମାନ 400ରୁ ଉର୍ଦ୍ଧ୍ବ ଜବାନ ଯାତ୍ରୀଙ୍କ ସାହାର୍ଯ୍ୟ ଓ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ।

ଆନନ୍ଦ ବିହାର ରେଳ ଷ୍ଟେସନରେ ପ୍ରତିଦିନ 1 ଲକ୍ଷ ଯାତ୍ରୀଙ୍କ ଆଗମନ ହେଉଛି । ସୂଚନାମୁତାବକ, ଆନନ୍ଦ ବିହାର ଷ୍ଟେସନରୁ ପ୍ରତ୍ୟେକଦିନ ରୁଟିନ ଗାଡି ଓ ସପ୍ତାହରେ 20ଟି ସ୍ପେସାଲ ଗାଡି ଯାତ୍ରା କରୁଛି । ଦୀପାବଳି ଅବସରରେ ଯାତ୍ରୀଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଛଠ ପୂଜା ଅବସରରେ ଏହାର 2 ଗୁଣା ବୃଦ୍ଧି ପାଇବ ।

ଷ୍ଟେସନରେ ଭିଡକୁ ସନ୍ତୁଳିତ କରି ରଖିବାପାଇଁ ପ୍ଲାଟଫର୍ମରେ ରସି ଦଉଡି ବନ୍ଧା ଯାଇଛି । କମର୍ସିଆଲ ବିଭାଗ ପକ୍ଷରୁ ଷ୍ଟଲ ଗୁଡିକ ଖୋଲାଯାଇଥିବାବେଳେ ଆସନ୍ତାଦିନ ଗୁଡିକରେ ଏଥିରେ ଟିକେଟ କାଉଣ୍ଟର ଖୋଲାଯିବା ନେଇ ଯୋଜନା ରହିଛି । ପ୍ଲାଟଫର୍ମ ଭିତରକୁ ପ୍ରବେଶ ପାଇଁ ପ୍ରଥମେ ଯାତ୍ରୀ ମାନେ ଧାଡିରେ ଛିଡାହୋଇ ଯାଉଥିବାବେଳେ ପରେ ଭଲସେ ସୁରକ୍ଷା ଯାଞ୍ଚ କରାଯାଉଛି । ଏହାପରେ ସେମାନଙ୍କୁ ପ୍ଲାଟଫର୍ମ ଭିତରକୁ ଯିବାପାଇଁ ଅନୁମତି ମିଳୁଛି ।

ଷ୍ଟେସନରେ ପ୍ରତ୍ୟେକ ସ୍ଥାନରେ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(RPF) ଯବାନ ନିୟୋଜିତ ରହିଛନ୍ତି । ଏହାବ୍ୟତୀତ ସିସିଟିଭି କ୍ୟାମେରା ମଧ୍ୟ ସମସ୍ତ ଗତିବିଧି ଉପରେ ନଜର ରଖୁଛି ।

For All Latest Updates

ABOUT THE AUTHOR

...view details