ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି । ଠିକ ଏହି ସମୟରେ ରାଜ୍ୟର 17 ଜଣ କଂଗ୍ରେସ ବିଧାୟକ ନିଖୋଜ ଥିବା ଜଣାପଡିଛି । ସେମାନଙ୍କ ଫୋନ ସ୍ବିଚ୍ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତେବେ ଏହି ବିଧାୟକ ମାନେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ସଂପର୍କରେ ରହିଥିବା କୁହାଯାଉଛି । ଯାହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ବେଶ ରୋଚକ ସ୍ଥିତିରେ ପହଞ୍ଚିଛି ।
ମଧ୍ୟପ୍ରଦେଶ କଂଗ୍ରେସରେ ସଂକଟ, 17 ବିଧାୟକ ନିଖୋଜ - crisis in mp congress
ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି । ଠିକ ଏହି ସମୟରେ ରାଜ୍ୟର 17 ଜଣ କଂଗ୍ରେସ ବିଧାୟକ ନିଖୋଜ ଥିବା ଜଣାପଡିଛି । ସେମାନଙ୍କ ଫୋନ ସ୍ବିଚ୍ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଅଧିକ ପଢନ୍ତୁ...
ମଧ୍ୟପ୍ରଦେଶ କଂଗ୍ରେସରେ ସଂକଟ, 17 ବିଧାୟକ ନିଖୋଜ
ମଧ୍ୟପ୍ରଦେଶର 230 ବିଧାନସଭା ଆସନରୁ କମଳନାଥ ସରକାରଙ୍କ 123 ଜଣ ବିଧାୟକ ରହିଛନ୍ତି । ଏଥିରେ 116 ଜଣ କଂଗ୍ରେସ ବିଧାୟକ ରହିଥିବା ବେଳେ 2 ଜଣ ବିଏସପି, ସମାଜବାଦୀ ପାର୍ଟିର ଜଣେ ଓ 4 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ନେଇ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବିବାଦ ଜାରି ରହିଛି । ତେଣୁ ଏହି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ