ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ, ଦିଲ୍ଲୀରେ କମୁଛି ଅପରାଧ - CORONA IMPACT IN DELHI

ଲକଡାଉନର ଅନେକ ପ୍ରଭାବ ଦେଖିବାକୁ ମିଳୁଛି । କେଉଁଠି ଲୋକ ନିୟମ ନମାନି ପୋଲିସର ଲାଠି ମାଡ ଖାଉଛନ୍ତି ତ କେଉଁଠି ଲୋକ ସହମତି ଜଣାଇ ଘରେ ରହୁଛନ୍ତି । କିନ୍ତୁ ଏହି ଲକଡାଉନ ଯୋଗୁଁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦିଲ୍ଲୀର ଅପରାଧ ସଂଖ୍ୟା କମିଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ....

ଲକଡାଉନ ପ୍ରଭାବ, ଦିଲ୍ଲୀରେ ହ୍ରାସ ପାଇଛି ଅପରାଧ
ଲକଡାଉନ ପ୍ରଭାବ, ଦିଲ୍ଲୀରେ ହ୍ରାସ ପାଇଛି ଅପରାଧ

By

Published : Apr 4, 2020, 1:01 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ପୁରା ଦେଶ ଏବେ ଲକଡାଉନ । ହେଲେ ବି ଥମିବାର ନା ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ମୁକାବିଲା କରିବାକୁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଏକଜୁଟ ହୋଇ ଦିନ ରାତି କାମ୍ କରୁଛନ୍ତି । ସେପଟେ ଏହି ଲକଡାଉନ ଯୋଗୁଁ ଦିଲ୍ଲୀରେ ହ୍ରାସ ପାଇଛି ଅପରାଧ । ମାର୍ଚ୍ଚ 15 ରୁ 30 ଭିତରେ ଅପରାଧ ସଂଖ୍ୟା ବହୁମାତ୍ରାରେ କମିଛି । ଯେତେବେଳେ କି ଗତ ବର୍ଷ ଏହି ସମୟରେ ଅପରାଧ ମାମଲା ଅଧିକ ରହିଥିଲା ।

ଦିଲ୍ଲୀ ପୋଲିସର ରିପୋର୍ଟ ମୁତାବକ, ଗତ ବର୍ଷ ଏହି ସମୟରେ ଚୋରି ସଂଖ୍ୟା ଥିଲା 109 ଯେତେବେଳେ କି ଚଳିତ ବର୍ଷ ଏହା ରହିଛି 53 । ସେହିପରି ଶିଶୁ ଚାଲାଣ ଗତ ବର୍ଷ ଗୋଟିଏ କେସ ଥିବା ବେଳେ ଗୋଟିଏ ବି ଏମିତି ମାମଲା ସାମନାକୁ ଆସିନାହିଁ । 2019ରେ ନିର୍ଯ୍ୟାତନା 13 ଥିବା ବେଳେ ଚଳିତ ବର୍ଷ ମାତ୍ର 3 ଟି ମାମଲା ସାମନାକୁ ଆସିଛି ।

ସେହିପରି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଛିନତାଇ ମାମଲା ହ୍ରାସ ପାଇଛି । 2019ରେ 294 ଥିବାବେଳେ ଚଳିତ ବର୍ଷ 181 ରହିଛି । ମୋଟରସାଇକେଲ ଚୋରି ମାମଲା ଗତବର୍ଷ 1982 ଥିବାବେଳେ ଚଳିତ ବର୍ଷ ଅପେକ୍ଷାକୃତ କମ ରହିଛି । ସେହିପରି ଚୋରି, ଡକାୟତି, ଅପହରଣ, ଦୁର୍ଘଟଣା ଆଦି ମାମଲା ମଧ୍ୟ କମ ରହିଛି । ତେବେ ଦିଲ୍ଲୀ ପୋଲିସର କହିବାନୁଯାୟୀ ଲକଡାଉନ ଯୋଗୁଁ ଅପରାଧ ସଂଖ୍ୟା ଏତେ ମାତ୍ରାରେ ହ୍ରାସ ପାଇଛି ।

@ANI

For All Latest Updates

ABOUT THE AUTHOR

...view details