ଓଡିଶା

odisha

ETV Bharat / bharat

ଲକ୍ ଡାଉନ୍ କାରଣରୁ ବଢୁଛି ଘରୋଇ ହିଂସା - ଲକ୍ ଡାଉନ୍ କାରଣରୁ ବଢୁଛି ଘରୋଇ ହିଂସା

ସାରା ବିଶ୍ବରେ କୋରୋନା ବିସ୍ତାର ଜାରି ରଖିଛି। ଲକ୍ ଡାଉନ୍ କାରଣରୁ ସାରା ବିଶ୍ବରେ ଅପରାଧ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। କିନ୍ତୁ ଏଭଳି ପରିସ୍ଥିତିରେ ଘରୋଇ ହିଂସା ଏବଂ ଅନଲାଇନ୍ ଠକେଇ ଭଳି ଅପରାଧରେ ବୃଦ୍ଧି ହେଉଛି ।

corona virus locdown
ଲକ୍ ଡାଉନ୍ କାରଣରୁ ବଢୁଛି ଘରୋଇ ହିଂସା

By

Published : Apr 6, 2020, 10:19 AM IST

ହାଇଦ୍ରାବାଦ: ସାରା ବିଶ୍ବରେ କୋରୋନା ତାରା କାୟା ବିସ୍ତାରୁଛି । ଲକ୍ ଡାଉନ୍ କାରଣରୁ ସାରା ବିଶ୍ବରେ ଅପରାଧ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। କିନ୍ତୁ ଏଭଳି ପରିସ୍ଥିତିରେ ଘରୋଇ ହିଂସା ଏବଂ ଅନଲାଇନ୍ ଠକେଇ ଭଳି ଅପରାଧରେ ବୃଦ୍ଧି ହେଉଛି । ଅନେକ ଦେଶରେ ପାରିବାରିକ ହିଂସା ଭଳି ଅପରାଧରେ ମଧ୍ୟ ବୃଦ୍ଧି ଘଟିଛି।

ଆଇସୋଲେସନ ସମୟରେ ଘରୋଇ ହିଂସା ଘଟାଉଥିବା ଲୋକେ ମହିଳା ଓ ଶିଶୁଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ଏଥି ସହିତ ବ୍ରାଜିଲ, ଜର୍ମାନୀ, ଇଟାଲୀ, ଚୀନ ସମେତ ଉପମହାଦେଶର କାର୍ଯ୍ୟକର୍ତ୍ତା ଘରୋଇ ହିଂସା ଏବଂ ନିର୍ଯାତନାର ଭୟାବହ ବୃଦ୍ଧି ଘଟୁଛି ବୋଲି କହିଛନ୍ତି ।

ମହିଳା ଏବଂ ଶିଶୁଙ୍କ ପ୍ରତି ବଢୁଥିବା ଅପରାଧକୁ ଦେଖି ଅନେକ ଦେଶରେ ଆଇନଗତ କିମ୍ବା ନୀତିଗତ ପରିବର୍ତ୍ତନ କରାଯାଇଛି। ଭାରତର ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ସର୍ବାଧିକ ହିଂସା ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଏଠାରେ ହେଲ୍ପଲାଇନ ଆରମ୍ଭ କରାଯାଇଛି।

କୋରୋନା ହେତୁ ଲକ୍ ଡାଉନ୍ ର ଅନେକ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ରିପୋର୍ଟ ଅନୁସାରେ, କେତେକ ସ୍ଥାନରେ ଲୋକ, ପୋଲିସ ଏବଂ ମେଡିକାଲ କର୍ମଚାରୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details