ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମର ହୋଇଛି ଭଏସ ଚେକିଂ । ଏଥିପାଇଁ କ୍ରାଇମବ୍ରାଞ୍ଚର ଟିମ ତାଙ୍କୁ ସିବିଆଇର CFSLକୁ ଆଣିଥିଲା । ବିବାଦୀୟ ଭିଡିଓ ସହ ତାଙ୍କ ସ୍ବର ମିଳୁଛି ନା ନାହିଁ ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।
ଭଏସ ଚେକିଂ ପାଇଁ CFSLରେ ଶରଜିଲ ଇମାମ
ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଶରଜିଲ ଇମାମର ହୋଇଛି ଭଏସ ଚେକିଂ । ଏଥିପାଇଁ କ୍ରାଇମବ୍ରାଞ୍ଚ ତାଙ୍କୁ ସିବିଆଇର ସିଏଫଏସଏଲକୁ ଆଣିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଭଏସ ଚେକିଂ ପାଇଁ CFSLରେ ଶରଜିଲ ଇମାମ
ପ୍ରକାଶ ଯେ, ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇ ବିବାଦୀୟ ବୟାନ ଦେଇ ଫସିଥିଲେ ଶରଜିଲ । ଏନେଇ ଦିଲ୍ଲୀ ପୋଲିସ ଶରିଜିଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରି ବିହାରର ଜେହନାବାଦରୁ ଗିରଫ କରିଥିଲା । ଘଟଣାର ଅଧିକ ତଦନ୍ତ ନେଇ ପୋଲିସ 8 ଦିନ ପାଇଁ ଶରଜିଲକୁ ରିମାଣ୍ଡରେ ଆଣି ପଚରାଉଚୁରା କରିବା ପରେ ଗତ 6ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ