ଓଡିଶା

odisha

ETV Bharat / bharat

800 ଜମାତୀଙ୍କ ପାସପୋର୍ଟ ଜବତ କଲା କ୍ରାଇମବ୍ରାଞ୍ଚ - ଜମାତୀଙ୍କ ପାସପୋର୍ଟ ଜବତ କଲା କ୍ରାଇମବ୍ରାଞ୍ଚ

ମର୍କଜ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ 800 ରୁ ଅଧିକ ବିଦେଶୀ ଜମାତୀଙ୍କୁ ନୋଟିସ ପଠାଇଛି। ଏହି ବିଦେଶୀ ଜମାତୀ ଟୁରିଷ୍ଟ ଭିସାରେ ଆସି ଭାରତକୁ ଆସି ଧାର୍ମିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି ।

crime branch
ବିଦେଶୀ ଜମାତୀଙ୍କ ପାସପୋର୍ଟ ଜବତ କଲା କ୍ରାଇମବ୍ରାଞ୍ଚ

By

Published : May 24, 2020, 11:24 AM IST

ନୂଆଦିଲ୍ଲୀ: ମର୍କଜ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ 800 ରୁ ଅଧିକ ବିଦେଶୀ ଜମାତୀଙ୍କୁ ନୋଟିସ ପଠାଇଛି। ଏହି ବିଦେଶୀ ଜମାତୀ ଟୁରିଷ୍ଟ ଭିସାରେ ଆସି ଭାରତକୁ ଆସି ଧାର୍ମିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ସେମାନଙ୍କ ପାସପୋର୍ଟ ଜବତ ହୋଇସାରିଛି। କ୍ରାଇମ ବ୍ରାଞ୍ଚ ମଧ୍ୟ ଏହି ଜମାତୀ ମଧ୍ୟରୁ କିଛି ଜଣଙ୍କୁ ପଚରାଉଚୁରା କରିସାରିଛି।

ସୂଚନାନୁଯାୟୀ, ନିଜାମୁଦ୍ଦିନରେ ଅବସ୍ଥିତ ମର୍କଜରୁ 2300 ଜମାତୀଙ୍କୁ ବାହାର କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ ଏକ ହଜାର ବିଦେଶୀ ଥିଲେ। ଏହି ସମସ୍ତ ଜମାତୀ କୋରୋନା ସହିତ ଜଡିତ ଚିକିତ୍ସା ଓ କ୍ବାରେଣ୍ଟାଇନ୍ ସମାପ୍ତ କରିଛନ୍ତି । ଦିଲ୍ଲୀ ସରକାର ଏହି ଜମାତୀଙ୍କ ବିଷୟରେ ଅନୁସନ୍ଧାନ କରିବାକୁ କ୍ରାଇମ ବ୍ରାଞ୍ଚକୁ କହିଥିଲେ। କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ 800 ବିଦେଶୀ ଜମାତୀକୁ ନୋଟିସ ଜାରି କରି ଅନୁସନ୍ଧାନରେ ଯୋଗଦେବାକୁ କହିଛି। ତାଙ୍କୁ ପଚରାଯାଇଛି ଯେ ସେ କାହିଁକି ଟୁରିଷ୍ଟ ଭିସାରେ ଆସି ଭାରତରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତେବେ ସୂତ୍ରରୁ ପ୍ରକାଶ ଯେ, ଜମାତୀମାନେ ଫେରିବାକୁ ଚାହୁଁଥିଲେ ମାତ୍ର ମୌଲାନା ସାଦ୍ ସେମାନଙ୍କୁ ଛାଡିନଥିଲେ । ତେଣୁ କ୍ରାଇମ ବ୍ରାଞ୍ଚ ଧୀରେ ଧୀରେ ଏହି ସମସ୍ତ ବିଦେଶୀ ଜମାତୀଙ୍କ ବିବରଣୀକୁ ରେକର୍ଡ କରିବାକୁ ଚାହୁଁଛି। ପୁରା ଘଟଣା ବିଷୟରେ ତାଙ୍କୁ ପଚରାଯିବ।

ABOUT THE AUTHOR

...view details