ନୂଆଦିଲ୍ଲୀ: ଜାମିଆ ହିଂସା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସାକେତ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରିଛନ୍ତି । ଏହି ହିଂସା ମାମଲାରେ ପ୍ରାୟ ୧୭ ଲୋକଙ୍କୁ ଆରୋପୀ ଚିହ୍ନଟ କରାଯାଇଛି । ଏଥିରେ ୯ ଜଣ ନ୍ୟୁ ଫ୍ରେଣ୍ଡସ କୋଲନୀର ହୋଇଥିବାବେଳେ ବାକି ୮ଜଣ ଜାମିଆ ଅଞ୍ଚଳର । ଏ ସମସ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏମାନଙ୍କ ମଧ୍ୟରୁ ଜଣେ ବି ଛାତ୍ର ନୁହେଁ ।
ଜାମିଆ ହିଂସା: ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ - ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ଜାମିଆ ହିଂସା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସାକେତ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରିଛି । ଏହି ହିଂସା ମାମଲାରେ ପ୍ରାୟ ୧୭ ଲୋକଙ୍କୁ ଆରୋପୀ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...
ଜାମିଆ ହିଂସା
ଏପର୍ଯ୍ୟନ୍ତ ଯାଞ୍ଚରେ ଜାମିଆର କୌଣସି ଛାତ୍ରଙ୍କ ନାମ ସାମିଲ ନାହିଁ । କେବଳ ବିବାଦୀୟ ଭାଷଣ ଆରୋପରେ ଶରଜିଲ ଇମାମଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି । ଜାମିଆ ହିଂସାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଥିବାର କହିଛି ଦିଲ୍ଲୀ ପୋଲିସ । ପୋଲିସ ଏହି ମାମଲାରେ ଜଡିତ ଅନ୍ୟ ଲୋକଙ୍କ ଫଟୋ ମଧ୍ୟ ଜାରି କରିବ । ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ପିଏଫଆଇ କଥା ମଧ୍ୟ ଉଲ୍ଲେଖ କରାଯାଇଛି ।
ଏହି ହିଂସାରେ ୯୫ ଲୋକ ଆହାତ ହୋଇଥିଲେ । ଏଥି ମଧ୍ୟରୁ ୪୭ଜଣ ପୋଲିସକର୍ମୀ ମଧ୍ୟ ଥିଲେ । ହିଂସାରେ ୬ ବସ ସହ ୩ଟି କାରକୁ ଜଳି ଦିଆଯାଇଥିଲା।