ହାଇଦ୍ରାବାଦ: କନ୍ୟା ଦିବସର ଦୁଇ ଦିନ ପରେ ଭାରତରେ ଆଉ ଜଣେ ଯୁବତୀଙ୍କ ଜୀବନ ଅତି ନିର୍ମମ ଭାବରେ ନିଆଯାଇଛି। 19 ବର୍ଷ ବୟସ୍କା ଯୁବତୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । 15 ଦିନ ପୂର୍ବରୁ ଉତ୍ତରପ୍ରଦେଶର ହାଥରସରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଉତ୍ତରପ୍ରଦେଶର ସେ ତୃତୀୟ ଦଳିତ ଯୁବତୀ ଯିଏ 2 ମାସ ମଧ୍ୟରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, 2019 ରେ ଭାରତରେ ପ୍ରତିଦିନ 95 ଟି ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି। 2019ରେ ହୋଇଥିବା 32,033 ଟି ଦୁଷ୍କର୍ମ ମାମଲା ମଧ୍ୟରୁ 11 ପ୍ରତିଶତ ଦଳିତ ସମ୍ପ୍ରଦାୟର ।
- 2018-19 ରୁ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ 7.3 ପ୍ରତିଶତ ବୃଦ୍ଧି ପାଇଛି ।
- ଆସାମରେ ମହିଳାଙ୍କ ପ୍ରତି ସର୍ବାଧିକ ଅପରାଧ ହାର ଏକ ଲକ୍ଷ ଜନସଂଖ୍ୟାରେ 117.8 ରହିଛି ।
- ଉତ୍ତରପ୍ରଦେଶରେ ସର୍ବାଧିକ ମହିଳାଙ୍କୁ ଅତ୍ୟାଚାର ହୋଇଛି ।
- 5,997 ମାମଲା ସହିତ ରାଜସ୍ଥାନ ସର୍ବାଧିକ ଦୁଷ୍କର୍ମ ରିପୋର୍ଟ କରାଯାଇଛି ।
ପ୍ରତିଦିନ 10 ଜଣ ଦଳିତ ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି । ଏହି କ୍ଷେତ୍ରରେ ଆଗରେ ରାଜସ୍ଥାନ ଓ ପରେ ଉତ୍ତରପ୍ରଦେଶ ରହିଛି । ରାଜସ୍ଥାନରେ 2019ରେ 554 ମହିଳା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଉତ୍ତରପ୍ରଦେଶରେ 537 ପରେ ମଧ୍ୟପ୍ରଦେଶରେ 510 ।
ଦଳିତ ମହିଳାମାନେ ମୁଖ୍ୟତଃ ଜାତିକୁ ନେଇ ଅଧିକ ଅସୁରକ୍ଷିତ ରହିଥାନ୍ତି । ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ସେମାନେ ପ୍ରକାଶ କରନ୍ତି ନାହିଁ । ତେଣୁ ଅଧିକାଂଶ ମାମଲା ଲୋକଲୋଚନକୁ ଆସିପାରି ନଥାଏ। ଦଳିତ କାରଣରୁ ପୋଲିସ ଏହି ମାମଲାକୁ ନେଇ ସମ୍ବେଦନଶୀଳ ହୋଇନଥାଏ ବୋଲି ପରୀ ଫାଉଣ୍ଡେସନ କହିଛି ।
ଏନସିଆରବି ରିପୋର୍ଟ ଅନୁଯାୟୀ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜସ୍ଥାନରେ 5,997 ମାମଲାରେ ସର୍ବାଧିକ ଦୁଷ୍କର୍ମ । ଏହାପରେ ଉତ୍ତରପ୍ରଦେଶ (3,065) ଏବଂ ମଧ୍ୟପ୍ରଦେଶ (2,485) ରହିଛି। ଦୁଷ୍କର୍ମ ମାମଲାରେ ରାଜସ୍ଥାନ ସର୍ବାଧିକ 15.9 (ପ୍ରତି ଲକ୍ଷ ଜନସଂଖ୍ୟା) ରେ ରହିଛି । ଏହାପରେ କେରଳ (11.1) ଏବଂ ହରିୟାଣା (10.9) ରହିଛି ।