ଓଡିଶା

odisha

ETV Bharat / bharat

କାହ୍ନା ଅନ୍ତର୍ଜାତୀୟ ପାର୍କରେ କ୍ୟାପଟେନ କୁଲ ଧୋନି, ସୁରକ୍ଷା କଡାକଡି

ଏକ ଲମ୍ବା ଛୁଟି ବିତାଇବାକୁ ଧୋନୀ ଆସି ପହଞ୍ଚିଛନ୍ତି ମଧ୍ୟପ୍ରଦେଶର କାହ୍ନା ନ୍ୟାସନାଲ ପାର୍କରେ। ସେ 28 ରୁ 31 ଜାନୁୟାରୀ ପର୍ଯ୍ୟନ୍ତ ବନଜାରାତୋଲା ରିସର୍ଟରେ ରହିବେ। ଅଧିକ ଖବର ପଢନ୍ତୁ...

Cricketer Mahendra Singh Dhoni
କାହ୍ନା ଅନ୍ତର୍ଜାତୀୟ ପାର୍କରେ କ୍ୟାପଟେନ କୁଲ ଧୋନି, ସୁରକ୍ଷା କଡାକଡି

By

Published : Jan 29, 2020, 2:23 PM IST

ଭୋପାଳ: କାହ୍ନା ନ୍ୟାସନାଲ ପାର୍କରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ମଙ୍ଗଳବାର ଅପରାହ୍ଣରେ ଧୋନି ବିରୱା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଧୋନିଙ୍କ ସହ ତାଙ୍କ ପରିବାର ଓ ସାଙ୍ଗସାଥୀମାନେ ମଧ୍ୟ ଆସିଛନ୍ତି।

କାହ୍ନା ଅନ୍ତର୍ଜାତୀୟ ପାର୍କରେ କ୍ୟାପଟେନ କୁଲ ଧୋନି, ସୁରକ୍ଷା କଡାକଡି

ଏକ ଲମ୍ବା ଛୁଟି ବିତାଇବାକୁ ଧୋନୀ ଆସି ଏହି ପାର୍କରେ ପହଞ୍ଚିଛନ୍ତି। ସେ 28 ରୁ 31 ଜାନୁୟାରୀ ପର୍ଯ୍ୟନ୍ତ ବନଜାରାତୋଲା ରିସର୍ଟରେ ରହିବେ। ଟାଇଗର ରିଜର୍ଭରେ ଧୋନୀ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ସେ ଗୋଟିଏ ଦିନ ଜଙ୍ଗଲରେ କ୍ୟାମ୍ପ କରି ରହିବାକୁ ଯୋଜନା ରଖିଛନ୍ତି । ଏହି ସମୟରେ ସେ କାହାକୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରଖିନାହାଁନ୍ତି ।

କାହ୍ନା ଅନ୍ତର୍ଜାତୀୟ ପାର୍କରେ କ୍ୟାପଟେନ କୁଲ ଧୋନି, ସୁରକ୍ଷା କଡାକଡି

ସୂଚନା ଥାଉକି, ବିମାନବନ୍ଦରରେ ଧୋନି ପହଞ୍ଚିବା ଖବର ଶୁଣି ଫ୍ୟାନ୍ସଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଧୋନି ପ୍ଲେନରୁ ବାହାରିବା ପରେ ଫ୍ୟାନ୍ସମାନେ ତାଙ୍କ ସହ ହାତ ମିଳାଇବା ସହ ସେଲ୍ଫି ନେଇଥିଲେ।

ABOUT THE AUTHOR

...view details