ଓଡିଶା

odisha

ETV Bharat / bharat

ପ୍ରମୁଖ ସଂସ୍ଥାଗୁଡ଼ିକର ବିଶ୍ବସନୀୟତା - କେନ୍ଦ୍ରୀୟ ସତର୍କତା ଆୟୋଗ

ଯିଏ ବି କ୍ଷମତାରେ ରହୁ, ପ୍ରମୁଖ ସାମ୍ବିଧାନିକ ପଦ ପାଇଁ ନିଯୁକ୍ତି ଶୈଳୀ ପୂର୍ବ ଭଳି ପୁନରାବୃତ୍ତି ହୋଇଥାଏ । ଏହା ସବୁବେଳେ ଅହଂକାରୀ ରାଜନୈତିକ ସର୍କସର ଶୋ’ ହୋଇଥାଏ । କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ଓ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ପ୍ରମୁଖମାନଙ୍କର ନିକଟରେ ହୋଇଥିବା ନିଯୁକ୍ତିକୁ ନେଇ ବ୍ୟାପକ ଆକ୍ରୋଶ ରହିଛି ଓ ଏହି ନିଯୁକ୍ତିଗୁଡ଼ିକର ପ୍ରକ୍ରିୟା ଅନିୟମିତତାରେ ପୂରି ରହିଛି ବୋଲି ଦାବି କରାଯାଇଛି । ଅଧିକ ପଢନ୍ତୁ...

credibility-of-key-instituions
ପ୍ରମୁଖ ସଂସ୍ଥାଗୁଡ଼ିକର ବିଶ୍ବସନୀୟତା

By

Published : Feb 27, 2020, 6:38 AM IST

ଯିଏ ବି କ୍ଷମତାରେ ରହୁ, ପ୍ରମୁଖ ସାମ୍ବିଧାନିକ ପଦ ପାଇଁ ନିଯୁକ୍ତି ଶୈଳୀ ପୂର୍ବ ଭଳି ପୁନରାବୃତ୍ତି ହୋଇଥାଏ । ଏହା ସବୁବେଳେ ଅହଂକାରୀ ରାଜନୈତିକ ସର୍କସର ଶୋ’ ହୋଇଥାଏ । କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ଓ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ପ୍ରମୁଖମାନଙ୍କର ନିକଟରେ ହୋଇଥିବା ନିଯୁକ୍ତିକୁ ନେଇ ବ୍ୟାପକ ଆକ୍ରୋଶ ରହିଛି ଓ ଏହି ନିଯୁକ୍ତିଗୁଡ଼ିକର ପ୍ରକ୍ରିୟା ଅନିୟମିତତାରେ ପୂରି ରହିଛି ବୋଲି ଦାବି କରାଯାଇଛି ।

ମୁଖ୍ୟ ସତର୍କତା ଆୟୁକ୍ତ କେ.ଭି. ଚୌଧୁରୀଙ୍କ କାର୍ଯ୍ୟକାଳ ପୂରା ହେବା ପରେ ଏହି ପଦ ୯ ଜୁନ ୨୦୧୯ରୁ ଖାଲି ହୋଇଯାଇଛି। ଭାରତର ରାଷ୍ଟ୍ରପତିଙ୍କ ସଚିବ ଭାବରେ କାମ କରୁଥିବା ସଞ୍ଜୟ କୋଠାରୀଙ୍କ ଦ୍ବାରା ଏହି ପଦ ପୂରଣ ହୋଇଛି । ଏତଦ୍‌ ବ୍ୟତୀତ ସିଆଇସିର ମୁଖିଆ ସୁଧିର ଭାର୍ଗବଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ସେହି ପଦବୀରେ ବିମଳ ଜୁଲକାଙ୍କୁ ନିଯୁକ୍ତି ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ ସମିତି ଏହି ମନୋନୟନକୁ ଅନ୍ତିମ ରୂପ ଦେଇଛି । କିନ୍ତୁ ଏହି ତାଲିକାର ଅନ୍ତିମ ସୂଚୀ ବିରୋଧୀ ଦଳ ନେତାଙ୍କୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିଦ୍ଦେର୍ଶ ଦେଇଛନ୍ତି । କିନ୍ତୁ ଏହି ନିଦ୍ଦେର୍ଶକୁ ପାଳନ କରାଯାଇ ନାହିଁ । ଏହା ହିଁ ପ୍ରଥମ ଆପତ୍ତି । ଦ୍ବିତୀୟତଃ ଅନ୍ତିମ ତାଲିକାରେ ମନୋନୟନ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କର ଚିହ୍ନଟ କରିବାକୁ ଗଠନ କରାଯାଇଥିବା ସର୍ଚ୍ଚ କମିଟିର ଜଣେ ସଦସ୍ୟକୁ ପ୍ରାର୍ଥୀ ତାଲିକାରେ ସାମିଲ କରିବାରୁ ଏହା ବିବାଦୀୟ ହୋଇ ପଡ଼ିଛି ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିରୋଧକୁ ଅଣଦେଖା କରି ବହୁମତ ନିଷ୍ପତ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ନିଯୁକ୍ତି ସହିତ ଆଗକୁ ବଢ଼ିଛି । ସରକାରଙ୍କ ନିଦ୍ଦେର୍ଶନାମା ଅନ୍ତିମ ହୋଇଥିବାରୁ ଏଭଳି ଚୟନ ପ୍ରକ୍ରିୟା କେଉଁ ଉଦ୍ଦେଶ୍ୟରେ କାମ କରିବ ବୋଲି ବାସ୍ତବିକ ସନ୍ଦେହ ଆରମ୍ଭ ହୋଇଛି । ଗତ ବର୍ଷ ଏହି ସମୟରେ ସିବିଆର ନୂଆ ନିର୍ଦ୍ଦେଶକ ଋଷି କୁମାରଙ୍କ ନିଯୁକ୍ତି ସମୟରେ ସିଏ ଦୁର୍ନୀତି ମାମଲାର ତଦନ୍ତ କରିବା ପ୍ରକ୍ରିୟା ଭଲ ଭାବରେ ଜାଣିନାହାନ୍ତି ବୋଲି ପ୍ରଶ୍ନ ଉଠାଯାଇଥିଲା ।

ଯେଉଁମାନେ ପଦବୀର ଗାରିମାକୁ ବୃଦ୍ଧି କରିବେ ସେଭଳି ସଚ୍ଚୋଟ ଓ ନିଷ୍କପଟ ବ୍ୟକ୍ତିମାନଙ୍କୁ ତଲାସ କରିବା ପରିବର୍ତ୍ତେ ଅନ୍ୟ ଯୋଗ୍ୟତା ଅଧିକ ପ୍ରଭାବଶାଳୀ ହେବାରେ ଲାଗିଛି । ଏଭଳି ଛୋଟମୋଟ ଅଭିଯୋଗ ସହିତ ଚୟନ ପାଇଁ ପ୍ରଚଳିତ ପ୍ରକ୍ରିୟା ଉପହାସ ହେବାରେ ଲାଗିଛି । ଯଦିଓ ସୁପ୍ରିମକୋର୍ଟ ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି, ଏଭଳି ମାମଲାରେ ପ୍ରେରଣାକୁ ବନ୍ଦ କରିଛନ୍ତି । କିନ୍ତୁ ରାଜନୈତିକ ପ୍ରଣାଳୀ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିନାହିଁ, ଯାହା ଫଳରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଗ୍ରହଣ ଲାଗିଯାଇଛି।

ଯେବେଠାରୁ ଦୁର୍ନୀତିକୁ ରାଜନୈତିକ ଜ୍ଞାନ ରୂପରେ ଦେଖାଯାଉଛି ସେବେଠାରୁ ସଂସ୍ଥାନଗୁଡ଼ିକର ଚିନ୍ତାଜନକ ଭାବରେ ପତନ ହେବାରେ ଲାଗିଛି । ୨୦୧୨ରେ ଏହାକୁ ନେଇ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ନିଜର କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯଦି କାହା ଉପରେ କ୍ଷମତାସୀନ ଦଳର ଆଶୀର୍ବାଦ ରହିଛି ତେବେ ସେ ପ୍ରମୁଖ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇପାରିବ, ଯାହାକି ଭାଇ ବନ୍ଧୁଙ୍କ ପ୍ରତି ପକ୍ଷପାତ ଓ ରାଜନୈତିକ ଛଳନା ଆଡ଼କୁ ଅଗ୍ରସର ହେଉଛି ।

ନବୀନ ଚାୱଲାଙ୍କ ନିଯୁକ୍ତି ନିର୍ବାଚନ କମିଶନର ସ୍ଥିତି ପାଇଁ କେତେ ବିବାଦୀୟ ହୋଇଥିଲା ତାହା ଆମେ ସମସ୍ତେ ଜାଣିଛନ୍ତି । ଏହା ୟୁପିଏ ସରକାର ସମୟରେ ହୋଇଥିଲା । ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଗୋପାଳ ସ୍ବାମୀ ଭାରତର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନବୀନ ଚାୱାଲାଙ୍କ ପକ୍ଷପାତ, କୁକର୍ମ ଘଟଣାକୁ ଆଗକୁ ବଢ଼ାଇଥିଲେ । ନବୀନ ଚାୱାଲାଙ୍କର କ୍ଷମତାସୀନ ଦଳ ସହିତ ସମ୍ପର୍କ ଥିବା କାରଣରୁ ନିର୍ବାଚନ ସଦନର ଗୋପନୀୟତାକୁ ପ୍ରଘଟ କରିଥିବା ଦର୍ଶାଇଥିଲେ ।

ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ, ମୁଖ୍ୟ ନ୍ୟାୟାଧିଶ, କେନ୍ଦ୍ର ଆଇନ ମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ନେତାଙ୍କ ନେତୃତ୍ବରେ ଏକ କଲେଜିୟମ କରାଯାଇ ମୁଖ୍ୟ ନିର୍ବାଚନ କମିଶନ ମନୋନୟନ କରିବା ଉଚିତ । ଯାହା ଫଳରେ ବିରୋଧୀ ଦଳକୁ ଏହି ପ୍ରକ୍ରିୟାରେ ଭୂମିକା ମିଳିପାରିବ ବୋଲି ଆଡ଼ଭାନୀ ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ମନମୋହନ ସିଂହଙ୍କ ସରକାର ଦ୍ବାରା ମୁଖ୍ୟ ସତର୍କତା ଆୟୁକ୍ତ ଭାବରେ ପି.ଜେ. ଥୋମସଙ୍କୁ ନିଯୁକ୍ତି କରିଥିଲେ । ପରେ ଏହି ପଦକ୍ଷେପ ସୁପ୍ରିମକୋର୍ଟରେ ସରକାରଙ୍କ ପାଇଁ କଳଙ୍କ ହୋଇଥିଲା ।

ୟୁପିଏ ସରକାରକୁ ମୁଖ୍ୟ ସତର୍କତା ଆୟୁକ୍ତ ନିଯୁକ୍ତିରେ ସୁପ୍ରିମକୋର୍ଟର ନିଷ୍ପତ୍ତି ସହିତ ସହମତ ହେବାକୁ ପଡ଼ିଥିଲା । ଏପରିକି ବିରୋଧୀ ଦଳ ନେତ୍ରୀ ସୁଷମା ସ୍ବରାଜ ପ୍ୟାନେଲ ଥିବା ଦୁଇ ସଦସ୍ୟଙ୍କ ମଧ୍ୟରୁ କୌଣସି ଜଣଙ୍କ ପାଇଁ ସହମତ ଥିଲେ । କାରଣ ଥୋମାସଙ୍କ ବିରୋଧରେ ପାମ ଅଏଲ ମାମଲା ବିଚାରଧୀନ ରହିଥିଲା । ଯଦିଓ ସୁପ୍ରିମକୋର୍ଟ ପ୍ରାର୍ଥୀଙ୍କ ପାଇଁ ସ୍ପଷ୍ଟ ଯୋଗ୍ୟତାମାନକ ଓ ତ୍ରୁଟିହୀନ ନୈତିକ ମୂଲ୍ୟ ନିର୍ଦ୍ଧାରିତ କରିଥିଲା, କିନ୍ତୁ ସରକାର କୋର୍ଟଙ୍କୁ ଭରଷା ଦେଇନଥିଲେ ।

ନିର୍ବାଚନ କମିଶନ, କେନ୍ଦ୍ରୀୟ ସତର୍କତା ଆୟୋଗ, ସିଏଜି, କେନ୍ଦ୍ରୀୟ ସୂଚନା ଆୟୋଗ, ସିବିଆଇ ଭଳି ସମସ୍ତ ସଂସ୍ଥାନ ଲୋକମାନଙ୍କର କଲ୍ୟାଣ ପାଇଁ ମହତ୍ତ୍ବପୂର୍ଣ୍ଣ ସଂଗଠନ। ନିର୍ବାଚନ ସଦନକୁ ଛାଡ଼ି ବାକି ସବୁ ସଂଗଠନ ଦୁର୍ନୀତିକୁ ରୋକିବା ଓ ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଗଠିତ ହୋଇଛନ୍ତି । ଯଦି ଏହି ସଂଗଠନ ସଚ୍ଚୋଟ ବ୍ୟକ୍ତିଙ୍କ ନର୍ଦ୍ଦେଶରେ କାମ କରନ୍ତି ତେବେ ତାହା ଚାପ ଆଗରେ ନଇଁବେ ନାହିଁ ଓ ଭାରତକୁ ‘ଦୁର୍ନୀତି ଦେଶ’ ତାଲିକାରେ ଦେଖିବାକୁ ମିଳିବ ନାହିଁ ।

ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ମାମଲାକୁ ପ୍ରଭାବିତ କରିବା ପାଇଁ ରଞ୍ଜିତ ସିହ୍ନା ସିବିଆଇ ନିଦ୍ଦେର୍ଶକ ଭାବରେ ନିର୍ଲଜ କାମରେ ଲିପ୍ତ ହୋଇଥିଲେ । ନିକଟରେ ଆଲୋକ ବର୍ମା ଓ ଆସ୍ଥାନା ପରସ୍ପର ବିରୋଧରେ ଅଭିଯୋଗ କରି ସଂସ୍ଥାର ସମ୍ମାନ ହାନୀ କରିଛନ୍ତି । ତିନି ମାସ ଭିତରେ କେନ୍ଦ୍ରୀୟ ଓ ରାଜ୍ୟସ୍ତରରେ ସୂଚନା ଆୟୋଗରେ ଖାଲି ଥିବା ସମସ୍ତ ପଦବୀକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ସନ୍ଦର୍ଭରେ ଏହି ଆୟୋଗମାନଙ୍କରେ ନିଜ ପସନ୍ଦ ଲୋକମାନଙ୍କ ପାଇଁ ଥଇଥାନ କେନ୍ଦ୍ର ଭାବରେ ଦେଖିବାକୁ ତରବରିଆ ପଦକ୍ଷେପ ନିଆଯାଉଛି ।

ଯଦିଓ ଛଅ ମାସ ବିତି ଯାଇଛି, ଲୋକପାଳ ସଂସ୍ଥାକୁ ଦଣ୍ଡିତ କରିବାର କ୍ଷମତା ଦିଆଯିବା ସହିତ ସଶକ୍ତ କରାଯାଉ ନଥିବାରୁ ଏହା ନିରାଶା ଆଡ଼କୁ ଅଗ୍ରସର ହେଉଛି । ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ସ୍ବତନ୍ତ୍ର ସଂସ୍ଥା ସ୍ଥାପନ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୮ ଅକ୍ଟୋବରରେ ଏକ ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ । ଆଇନ କମିଶନଙ୍କ ମତରେ ସର୍ବସମ୍ମତିକ୍ରମେ ନିଯୁକ୍ତି କରିବା ସମ୍ଭବ ହେବ ନାହିଁ । ଏଭଳି ପ୍ରକ୍ରିୟାରେ ଖାଲି ପଡ଼ିଥିବା ପଦକୁ କେବେ ବି ପୂରଣ କରାଯାଇ ପାରିବ ନାହିଁ । ଏହା ସ୍ପଷ୍ଟ ଭାବରେ ସେହି ବିଷାକ୍ତ ସଂସ୍କୃତିକୁ ଦର୍ଶାଉଛି ଯେଉଁଥିରେ ରାଷ୍ଟ୍ରୀୟ ନୈତିକତାର ଭାବନା ରହିଛି । ଆମେ ଯେତେବେଳେ ଆମେରିକା, ଋଷ, ଜର୍ମାନୀ ଓ ଜାପାନର ନୀତିକୁ ନିରପେକ୍ଷ ତଦନ୍ତ ସଂସ୍ଥା ଚଳାଇବା ପାଇଁ ଅନୁକୂଳ ବ୍ୟବସ୍ଥା କରିବା ତେବେ ଏଭଳି ସଂସ୍ଥାର ସମ୍ମାନ ଭାରତରେ ମଧ୍ୟ ବଢ଼ିବ ।

ABOUT THE AUTHOR

...view details