ଥିରୁଅନନ୍ତପୁରମ୍: ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ କେରଳର ଦୁଇ କର୍ମୀଙ୍କୁ ବହିଷ୍କୃତ କରିଛି ସିପିଆଇ(ଏମ୍) । ଗତବର୍ଷ ନଭେମ୍ବରରେ ମାଓବାଦୀଙ୍କ ସହିତ ଲିଙ୍କ ଥିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଥିବାବେଳେ ଆଜି(ରବିବାର) ସେମାନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଦଳର ରାଜ୍ୟ ସମ୍ପାଦକ କୋଡିୟେରୀ ବାଲକ୍ରିଷ୍ଣନ କହିଛନ୍ତି ।
ଏହାସହ ସେମାନେ ମାଓବାଦୀଙ୍କ ସହିତ କାମ କରୁଥିବାରୁ ଦୁହେଁ ସିପିଆଇ(ଏମ୍)ର କର୍ମୀ ନୁହଁନ୍ତି ବୋଲି ବାଲକ୍ରିଷ୍ଣନ କହିବା ସହ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି । ଏହି ମନ୍ତବ୍ୟ ସେ ଦଳର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ କହିଛନ୍ତି ।