ଓଡିଶା

odisha

ETV Bharat / bharat

ଆସୁଛି ଶୀତ, ଅଯୋଧ୍ୟାରେ ଗୋମାତାଙ୍କୁ ମିଳିବ ଗରମ ପୋଷାକ - ଗାଈଙ୍କ ପାଇଁ ଶୀତବସ୍ତ୍ର

ଗୋମାତାଙ୍କ ପାଇଁ ଅଯୋଧ୍ୟା ନଗର ପାଳିକାର ବଡ ନିଷ୍ପତ୍ତି । ଗୋମାତାଙ୍କୁ ହାଡଭଙ୍ଗା ଶୀତ ପ୍ରଭାବରୁ ରକ୍ଷା ନିମନ୍ତେ ଗରମ ପୋଷାକ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 24, 2019, 9:28 PM IST

ଅଯୋଧ୍ୟା: ଶୀତ ଦିନେ ଥଣ୍ଡା ଦାଉରୁ ରକ୍ଷା ପାଇବା ନେଇ ଗୋ-ମାତାଙ୍କ ପାଇଁ ଅଯୋଧ୍ୟା ନଗରପାଳିକାର ବଡ ନିଷ୍ପତ୍ତି । ଗୋମାତାଙ୍କୁ ହାଡଭଙ୍ଗା ଶୀତ ପ୍ରଭାବରୁ ରକ୍ଷା ନିମନ୍ତେ ଗରମ ପୋଷାକ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଅଯୋଧ୍ୟା ନଗରପାଳିକା କମିଶନର ନୀରଜ ଶୁକ୍ଲା କହିଛନ୍ତି ଯେ, ଗାଈ ମାନଙ୍କୁ ଶୀତ ପୋଷାକ ସ୍ବରୁପ କୋଟ୍‌ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନା ତିନି କିମ୍ବା ଚାରୋଟି ଫେଜ୍‌ରେ ଲାଗୁ ସମ୍ପୂର୍ଣ୍ଣ ହେବ । ବୈଶିଙ୍ଗପୁର ଗୋ-ଆଶ୍ରୟସ୍ଥଳୀରେ ଏହାର ଶୁଭାରମ୍ଭ କରାଯିବ । ଏହି ସ୍ଥାନରେ 1200 ଗାଈଗୋରୁ ଓ 700 ଷଣ୍ଢ ରହିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ 100 କୋଟ ମଗାଯାଇଥିବା ସେ ସୂଚନା ଦେଇଛନ୍ତି ।

ଗାଈ ମାନଙ୍କ ପାଇଁ ଶୀତବସ୍ତ୍ରର ପ୍ରଥମ ଡେଲିଭରୀ ନଭେମ୍ବର ଶେଷ ସୁଦ୍ଧା ପହଞ୍ଚିବ । ଗାଈଙ୍କ ପାଇଁ ପ୍ରତିଟି କୋଟ ପିଛା 250ରୁ 300 ଟଙ୍କା ଖର୍ଚ୍ଚ କରାଯାଇଛି । ଷଣ୍ଢଙ୍କ ପାଇଁ ସ୍ବତନ୍ତ୍ର ଧରଣର କୋଟ୍‌ ପ୍ରସ୍ତୁତ କରାଯାଉଛି । ଝୋଟ ବ୍ୟବହୃତ ଗରମ ପୋଷାକ ନିର୍ମିତ ହେବ । ଏହାସହ ଗାଈଙ୍କ ପାଇଁ ଦୁଇ ପରସ୍ଥ ବିଶିଷ୍ଟ କୋଟ ପ୍ରସ୍ତୁତ କରାଯିବ । ଏହାସହ ବିଭିନ୍ନ ଆଶ୍ରୟସ୍ଥଳୀକୁ ଶୀତ ଦିନେ ଗରମ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details