ଓଡିଶା

odisha

ETV Bharat / bharat

କୋରୋନା ସଙ୍କଟ ବେଳେ କାର୍ଯ୍ୟ କରୁଥିବା ଲୋକଙ୍କୁ ସାଂସଦଙ୍କ ପ୍ରଶଂସା - coronavirus symptoms

କୋରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି କହିଲେ ସୁ୍ପ୍ରିୟା ସୁଲେ। ମହାମାରୀ କୋରୋନାକୁ ମୁକାବିଲା କରି କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏନସିପି ସାଂସଦ ସୁ୍ପ୍ରିୟା ସୁଲେ ପ୍ରଂଶସା କରିଛନ୍ତି । ଅଧିକ ପଢନ୍ତୁ...

covid19-praised-supriya-sule-for-working-in-the-crisis
କୋଭିଡ19 ସଙ୍କଟମୟ ସ୍ଥିତିରେ କାର୍ଯ୍ୟକରୁଥିବା ଲୋକଙ୍କୁ ପ୍ରଶଂସା କଲେ ସୁପ୍ରିୟା ସୁଲେ

By

Published : Mar 22, 2020, 11:18 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜନତା କର୍ଫ୍ୟୁରେ କରତାଳି ଦ୍ବାରା ସାରା ଦେଶବାସୀ ଯୋଡି ହୋଇଛନ୍ତି । ସାରା ଦେଶବାସୀ ଏହାକୁ ନିସ୍ବାର୍ଥପର ଭାବରେ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଏନସିପି ନେତ୍ରୀ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ପ୍ରଶଂସା କରିଛନ୍ତି ।

ସମଗ୍ର ମାନବ ଜାତି ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଛି ମହାମାରୀ କୋରୋନା । ମହାମାରୀ କୋରୋନାକୁ ମୁକାବିଲା କରି କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏନସିପି ସାଂସଦ ସୁ୍ପ୍ରିୟା ସୁଲେ ପ୍ରଂଶସା କରିଛନ୍ତି । ସରକାରଙ୍କ ସହ ସରକାରୀ କର୍ମଚାରୀ, ଡାକ୍ତର,ପୋଲିସ, ନର୍ସ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସନୀୟ ବୋଲି କହିଛନ୍ତି ।

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା 390 ପାର କରିଛି । ସେହିପରି ଏଥିରେ 7 ଜଣବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସାରା ବିଶ୍ବରେ କୋରୋନା ଭାଇରସର ପ୍ରଭାବରେ ବିଭିନ୍ନ ବିକଶିତ ରାଷ୍ଟ୍ରମାନଙ୍କ ଉପରେ ପ୍ରଭାବ ପଡିଛି । ଚୀନରେ ଆରମ୍ଭ ହୋଇଥିବା ଏହି ଭାଇରସ ଯୋଗୁଁ ବର୍ତ୍ତମାନ ସାରା ବିଶ୍ବରେ 13000 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

@ANI

ABOUT THE AUTHOR

...view details