ଓଡିଶା

odisha

ETV Bharat / bharat

ଚୀନର ନୂଆ କୋରୋନା କଟକଣା ଫର୍ମୁଲା ! ଏଠି ଛିଙ୍କିଲେ ମିଳିବ ଦଣ୍ଡ - ଛିଙ୍କିଲେ ଓ କାଶିଲେ ଦଣ୍ଡିତ ହେବେ

କୋରୋନା ଭାଇରସକୁ ନେଇ ଚୀନ ଏକ କଠୋର ନିୟମ ପ୍ରଣୟନ କରିଛି। ଯଦି ଦେଶର କୌଣସି ବ୍ୟକ୍ତି ଛିଙ୍କିବ କିମ୍ବା କାଶିବ ତେବେ ତାହା ପ୍ରତି ଦଣ୍ଡବିଧାନ ଗ୍ରହଣ କରାଯିବ। ଏହି ନିୟମ ବେଜିଂରେ 1 ଜୁନ୍ 2020 ରୁ ଲାଗୁ ହେବାକୁ ଯାଉଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଦଣ୍ଡବିଧାନ କରାଯିବ।

covid19
ଚୀନରେ ନୂଆ କୋରୋନା କଟକଣା ଫର୍ମୁଲା ! ଏଠି ଛିଙ୍କିଲେ ମିଳିବ ଦଣ୍ଡ

By

Published : Apr 29, 2020, 3:09 PM IST

ନୂଆଦିଲ୍ଲୀ: ଚୀନରୁ ଉହାନରୁ ଉତ୍ପତି ଲାଭ କରିଥିବା ମାରାତ୍ମକ ମହାମାରୀ କୋରୋନା ଏବେ ସାରା ବିଶ୍ବର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପ୍ରତ୍ୟେକ ଦିନର ଆରମ୍ଭ କୋରୋନାରୁ ହେବା ସହ ଦିନ ସରୁଛି ମଧ୍ୟ କୋରୋନା ଖବରରେ।

ଦିନକୁ ଦିନ ସଂକ୍ରମଣ ବିସ୍ତାର କରୁଥିବା କୋରୋନାର କାୟା ଚୀନରେ ଥମି ଯାଇଛି। ତେବେ ଏହି ଭାଇରସକୁ ବିଶ୍ବବାସୀଙ୍କୁ ବାଣ୍ଟିବା ପରେ ଏବେ ଚୀନ ନିଜ ଦେଶରୁ ଏହାକୁ ସମୂହ ମୂଳ ପୋଛ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି।

ସବୁଠୁ ଆଶ୍ଟର୍ଯ୍ୟ କଥା, ଏବେ ଏହି ଭାଇରସକୁ ନେଇ ଚୀନ ଏକ କଠୋର ନିୟମ ପ୍ରଣୟନ କରିଛି। ଯଦି ଦେଶର କୌଣସି ବ୍ୟକ୍ତି ଛିଙ୍କିବ କିମ୍ବା କାଶିବ ତେବେ ତାହା ପ୍ରତି ଦଣ୍ଡବିଧାନ ଗ୍ରହଣ କରାଯିବ। ଏହି ନିୟମ ବେଜିଂରେ 1 ଜୁନ୍ 2020 ରୁ ଲାଗୁ ହେବାକୁ ଯାଉଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଦଣ୍ଡବିଧାନ କରାଯିବ।

ଯଦି କୌଣସି ବ୍ୟକ୍ତି ସଂକ୍ରାମକ ରୋଗରେ ପୀଡିତ, ତେବେ ସେ ଏହାକୁ ନଲୁଚାଇ ସଚ୍ଚୋଟ ଭାବରେ ଡାକ୍ତରଖାନାରେ ଜଣାଇବା ଉଚିତ୍ । ଆବଶ୍ୟକ ପରୀକ୍ଷା ଏବଂ କ୍ୱାରେନଣ୍ଟାଇନ ଅବଧି ସମାପ୍ତ କରନ୍ତୁ ଏବଂ ସମସ୍ତ ଚିକିତ୍ସାକୁ କଠୋର ଭାବରେ ଗ୍ରହଣ କରନ୍ତୁ। ଏହାସହ ସର୍ବସାଧାରଣ ସ୍ଥାନରେ, ସମସ୍ତେ ଏକ ମିଟର ଦୂରତା ଅନୁସରଣ କରିବା ଜରୁରୀ। ଖାଦ୍ୟ ଖାଇବା ସମୟରେ ଅଲଗା ପ୍ଲେଟ ନେବାକୁ ପଡ଼ିବ।

ତେବେ ଯେଉଁ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମୁହଁ ଓ ନାକରେ ହାତ ନଦେଇ ଛିଙ୍କିବେ ଓ କାଶିବେ ସେମାନଙ୍କୁ ଅଭଦ୍ର ଘୋଷଣା କରାଯିବ। ଏହାସହ ରୋଗୀଣା ଲୋକମାନେ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟ୍ୟତାମୂଳକ।

ABOUT THE AUTHOR

...view details