ଚଣ୍ଡିଗଡ: ପଞ୍ଜାବରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ମୋହାଲିରେ 50ରେ ପହଞ୍ଚିଛି କୋଭିଡ-19 ମାମଲା । କେବଳ ଜବାହରପୁର ଗ୍ରାମରେ ସର୍ବାଧିକ 34ଟି ମାମଲା ସାମ୍ନାକୁ ଆସିଛି । ଏହି ଭାଇରସରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5 ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ଦେଇଛନ୍ତି ମୋହାଲି ଡେପୁଟି କମିଶନର ଗିରିଶ ଦୟାଲାନ।
ପଞ୍ଜାବରେ 151ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା - କୋରୋନା ଭାଇରସ
କୋରୋନା ମୁକାବିଲା ନେଇ ସମଗ୍ର ଦେଶରେ ଲକଡାଉନ ଜାରି ରହିଥିବାବେଳେ, ଅହେତୁକ ଭାବେ ଦେଶରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପଞ୍ଜାବରେ ମଧ୍ୟ ଧିରେ ଧିରେ କାୟାବିସ୍ତାର କରୁଛି କୋରୋନା । ଅଧିକ ପଢନ୍ତୁ...
![ପଞ୍ଜାବରେ 151ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା COVID19](https://etvbharatimages.akamaized.net/etvbharat/prod-images/768-512-6745599-581-6745599-1586591158538.jpg)
ପଞ୍ଜାବରେ 151ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ତେବେ ରାଜ୍ୟରେ ଲକଡାଉନ ଜାରି ରହିଥିବାବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ 151ରେ ପହଞ୍ଚିଛି । ସେହିପରି 20 ଜଣ ସୁସ୍ଥ ହୋଇଥିବାବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସରକାର ଲୋକଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ସଚେତନ କରିଛନ୍ତି ।