ଓଡିଶା

odisha

ETV Bharat / bharat

‘ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା’ - କୋଭିଡ ଟିକା

ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା । ଏନେଇ ଆଶା ଦେଖାଇଛି ଔଷଧ ନିର୍ମାତା କମ୍ପାନୀ ଫାଇଜର ଓ ବାୟୋଟେକ । ପରୀକ୍ଷଣ ଯଦି ଠିକ୍‌ଠାକ ରହେ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରୁ ମିଳିପାରେ କୋରୋନା ଟିକା । ଅଧିକ ପଢନ୍ତୁ...

‘ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା’
‘ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା’

By

Published : Nov 16, 2020, 7:11 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା । ଅଗ୍ରଣୀ ଔଷଧ ନିର୍ମାତା କମ୍ପାନୀ ଫାଇଜର ଓ ବାୟୋଟିକ ଦ୍ବାରା ବିକଶିତ କୋରୋନା ବର୍ଷ ଶେଷ ଆଡକୁ ବଜାରକୁ ଆସିବାର ସମ୍ଭାବନା ରହିଛି । ସବୁ ପରୀକ୍ଷଣ ଯଦି ଠିକ୍‌ଠାକ ରହେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ଆରମ୍ଭରୁ ଆସିପାରେ ଟିକା ।

ଗତ ସପ୍ତାହରେ ଫାଇଜର ଓ ବାୟୋଟେକ ବିବୃତ୍ତିରେ କହିଥିଲେ କି, ପରୀକ୍ଷଣରୁ ପାଖାପାଖି 90 ପ୍ରତିଶତ ଲୋକଙ୍କ ଦେହରେ ଏହା ଫଳପ୍ରଦ ହେଉଛି । ପାଖାପାଖି 43 ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ପରୀକ୍ଷଣରେ ସାମିଲ ହୋଇଥିଲେ । ତେବେ ଆସନ୍ତା ଏପ୍ରିଲ ସୁଦ୍ଧାର ବିଶ୍ବର 30 କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ଅଛି ବୋଲି କହିଛନ୍ତି ବାୟୋଟେକର ସହ ସଂସ୍ଥାପକ ପ୍ରଫେସର ଉଗୁର ସାହିନ ।

ଏହାସହ ସଂକ୍ରମଣ ରୋକିବାରେ ଏହି ଟିକା ଆଶାର କିରଣ ଦେଖାଇବ ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ଶୀତ ଋତୁ ଚାଲିଥିବାରୁ ହୁଏତଃ ଟିକାର ପ୍ରଭାବ ଏତେଟା ପଡିନପାରେ । ସାରା ବିଶ୍ବରେ କୋରୋନା କହର ଜାରି ରହିଛି । କୋଟି କୋଟି ଲୋକ କୋରୋନା କବଳରେ ଫସି ସାରିଲେଣି । ଆଉ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ ।

ABOUT THE AUTHOR

...view details