ଓଡିଶା

odisha

ETV Bharat / bharat

କୋରୋନା ଟେଷ୍ଟିଂରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ଭାରତ - covid tests in india

ସାରା ବିଶ୍ବରେ କୋରୋନା ଟେଷ୍ଟିଂରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ଟେଷ୍ଟିଂ କରାଯାଉଛି । ଅଧିକ ପଢନ୍ତୁ...

କୋରୋନା ଟେଷ୍ଟିଂରେ ବିଶ୍ବରେ ଦ୍ବିତୀୟରେ ଭାରତ
କୋରୋନା ଟେଷ୍ଟିଂରେ ବିଶ୍ବରେ ଦ୍ବିତୀୟରେ ଭାରତ

By

Published : Nov 11, 2020, 7:37 AM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ ବଢୁଛି ଟେଷ୍ଟିଂ । ପ୍ରତ୍ୟେକ ଦିନ ଲକ୍ଷାଧିକ କୋରୋନା ଟେଷ୍ଟିଂ କରି ସାରା ବିଶ୍ବରେ ଟେଷ୍ଟିଂ କରିବାରେ ଦ୍ବିତୀୟ ସ୍ଥାନ ହାସଲ କରିଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ 11.96 କୋଟି ଟେଷ୍ଟିଂ ସରିଛି ।

ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତ ମଙ୍ଗଳବାର ସୁଦ୍ଧା କରାଯାଇଥିବା ଟେଷ୍ଟିଂରେ 49 ପ୍ରତିଶତ ରାପିଡ ଟେଷ୍ଟିଂ କରାଯାଇଥିବାବେଳେ 46 ପ୍ରତିଶତ ଆରଟିପିସିଆର ଟେଷ୍ଟ କରାଯାଇଛି । ଏନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି, ଦେଶରେ ଏତେ ସଂଖ୍ୟାରେ କୋରୋନା ଟେଷ୍ଟିଂ କରାଯିବା ସତ୍ତ୍ବେ ସଂକ୍ରମଣ ହାର କମୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ 11.96 କୋଟି କୋରୋନା ଟେଷ୍ଟ କରାଯାଇଛି । ଅଧିକ ଟେଷ୍ଟିଂ କରିବାରେ ଭାରତ ଦ୍ବିତୀୟ ସ୍ଥାନ ହାସଲ କରିଛି ।

ଯଦି ଆମେ ଗତ ଦୁଇ ସପ୍ତାହର ରିପୋର୍ଟ ଦେଖିବା ସାରା ବିଶ୍ବରେ ଢେର ଅଧିକା ଆମ ଦେଶରେ ଟେଷ୍ଟିଂ କରାଯାଇଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଏହାସହ ସେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ସାଧାରଣତଃ ଗୋଷ୍ଠୀ ସଂକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଥାଏ । ବୈଜ୍ଞାନିକ କାରଣ ଓ ତଥ୍ୟ ଆଧାରରେ ଏହାର ଚର୍ଚ୍ଚା କରିବା ଉଚିତ୍ ବୋଲି ସେ କହିଛନ୍ତି ।

ଏହାସହ ଭୂଷଣ ଆହୁରି କହିଛନ୍ତି କି, ଭାରତ ଏପରି ଏକ ଦେଶ ଯେଉଁଠି ଜନସଂଖ୍ୟା ଦୃଷ୍ଟିରୁ ସଂକ୍ରମଣ ହାର କମ୍‌ ରହିଛି । ଦେଶରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ 6,439 କୋରୋନା ମାମଲା ରହିଛି । ସେହିପରି 10 ଲକ୍ଷ ଲୋକରେ ମାତ୍ର 3ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ସାରା ବିଶ୍ବରେ ତାହା 10 ଲକ୍ଷ ରହିଛି । ଦେଶରେ ପ୍ରତିଦିନ ଆସୁଥିବା କୋରୋନା ମୃତ୍ୟୁ ମାମଲାରେ 62 ପ୍ରତିଶତ ମାମଲା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, କେରଳର ଓ ପଞ୍ଜାବରୁ ଆସୁଛି । ସେହିପରି 54 ପ୍ରତିଶତ ମାମଲା ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ ଓ ମହାରାଷ୍ଟ୍ରରୁ ଆସୁଛି ।

ABOUT THE AUTHOR

...view details