ଓଡିଶା

odisha

By

Published : Sep 21, 2020, 9:14 AM IST

ETV Bharat / bharat

ଦେଶରେ କୋଭିଡ ସୁସ୍ଥହାର 79.68 ପ୍ରତିଶତକୁ ବୃଦ୍ଧି

ଦେଶରେ କ୍ରମାଗତ ଭାବେ ବଢିବାରେ ଲାଗିଛି ସୁସ୍ଥହାର । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 94 ହଜାର 612ରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ମୋଟ ସୁସ୍ଥହାର 79.68 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

Covid Recovery rate improves to 79.68 per cent
ଦେଶରେ କୋଭିଡ ସୁସ୍ଥହାର 79.68 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବଢିବାରେ ଲାଗିଛି କୋରୋନା ସୁସ୍ଥହାର । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 94 ହଜାର 612ରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ମୋଟ ସୁସ୍ଥହାର 79.68 ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହ ଗତ 24 ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ଦିନିକିଆ 12 ଲକ୍ଷ 6 ହଜାରରୁ ଅଧିକ କୋଭିଡ ପରୀକ୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା 6 କୋଟି 36 ଲକ୍ଷ ରୁ ଅଧିକ କୋଭିଡ୍ ପରୀକ୍ଷା କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁସ୍ଥହାର ନିଶ୍ଚିତ କରିଛି ଯେ ଦେଶର ସକ୍ରିୟ ମାମଲା ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 10 ଲକ୍ଷ 10 ହଜାର ଅଛି, ଯାହା ମୋଟ ମାମଲାର ମାତ୍ର 18.72 ପ୍ରତିଶତ ଅଟେ । ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ରର 'ଟେଷ୍ଟ-ଟ୍ରାକ- ଟ୍ରିଟ୍' ପଦ୍ଧତିର ପ୍ରଭାବଶାଳୀ କାର୍ଯ୍ୟକାରିତା, ଯାହା ସୁସ୍ଥହାର ବଢାଇବା ସହ ମୃତ୍ୟୁହାର କମ କରିଛି।

ବର୍ତ୍ତମାନ ଭାରତର ମୃତ୍ୟୁ ହାର 1.61 ପ୍ରତିଶତରେ ରହିଛି, ଯାହା ବିଶ୍ବବ୍ୟାପୀ ସର୍ବନିମ୍ନତମ ଅଟେ। ଗତ 24 ଘଣ୍ଟା ମଧ୍ୟରେ ଏକ ହଜାର 133 ଜଣଙ୍କର ମୃତ୍ୟୁ ଘଟି ମୋଟ 86 ହଜାର 752 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ABOUT THE AUTHOR

...view details