ଓଡିଶା

odisha

By

Published : Sep 6, 2020, 10:05 AM IST

Updated : Sep 6, 2020, 10:19 AM IST

ETV Bharat / bharat

ଖୁସି ଖବର: ଦେଶରେ କୋରୋନା ସୁସ୍ଥ ହାର 77.23 ପ୍ରତିଶତକୁ ବୃଦ୍ଧି

ଦେଶରେ କୋଭିଡ୍ ରୋଗୀଙ୍କ ସୁସ୍ଥ ହାର ଆଜି 77.23 ପ୍ରତିଶତରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 70 ହଜାର ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା 31 ଲକ୍ଷରୁ ଅଧିକ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଅଧିକ ପଢନ୍ତୁ...

ଦେଶରେ କୋଭିଡ୍ ସୁସ୍ଥ ହାର 77.23 ପ୍ରତିଶତକୁ ବୃଦ୍ଧି
ଦେଶରେ କୋଭିଡ୍ ସୁସ୍ଥ ହାର 77.23 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ସୁସ୍ଥହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବାରେ ଲାଗିଛି । ଦେଶରେ କୋଭିଡ୍ ରୋଗୀଙ୍କ ସୁସ୍ଥ ହାର ଆଜି 77.23 ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 70 ହଜାର ଲୋକ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 31 ଲକ୍ଷରୁ ଅଧିକ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଦେଶର କୋରୋନା ମୃତ୍ୟୁ ହାର 1.73 ପ୍ରତିଶତରେ ରହିଛି, ଯାହା ବିଶ୍ୱବ୍ୟାପୀ ସର୍ବନିମ୍ନତମ ଅଟେ । ଗତ ଶନିବାର 24 ଘଣ୍ଟା ମଧ୍ୟରେ ଦେଶରେ 86 ହଜାର 432 ନୂତନ କୋଭିଡ୍ ମାମଲା ରିପୋର୍ଟ ହୋଇଥିବା ବେଳେ 1089 ଜଣଙ୍କର ମୃତ୍ୟୁ ହୋଇ ଏବେ ସୁଦ୍ଧା ମୋଟ 69 ହଜାର 561 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 10 ଲକ୍ଷ 59 ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ 4 କୋଟି 77 ଲକ୍ଷରୁ ଅଧିକ ପରୀକ୍ଷା ହୋଇଛି।

Last Updated : Sep 6, 2020, 10:19 AM IST

ABOUT THE AUTHOR

...view details