ଓଡିଶା

odisha

By

Published : Sep 5, 2020, 4:58 PM IST

ETV Bharat / bharat

୨୦୨୧ରେ ଜାରି ରହିବ କୋରୋନା ପ୍ରଭ‌ାବ: ଡ.ରଣଦୀପ ଗୁଲେରିଆ

ବର୍ତ୍ତମାନ ଦୈନିକ କୋଭିଡ୍ -19 ମାମଲା ବୃଦ୍ଧି ହେବାର ଧାରାକୁ ଦୃଷ୍ଟିରେ ରଖି ଏହାର ପ୍ରକୋପ 2021 ପର୍ଯ୍ୟନ୍ତ ଜାରି ରହିବ ବୋଲି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ଅଧିକ ପଢନ୍ତୁ...

୨୦୨୧ରେ ଜାରି ରହିବ କୋରୋନା ପ୍ରଭ‌ାବ: ଡ. ରଣଦୀପ ଗୁଲେରିଆ
୨୦୨୧ରେ ଜାରି ରହିବ କୋରୋନା ପ୍ରଭ‌ାବ: ଡ. ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ମହାମାରୀ କୋରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ବର୍ତ୍ତମାନ ଦୈନିକ କୋଭିଡ୍ -19 ମାମଲା ବୃଦ୍ଧି ହେବାର ଧାରାକୁ ଦୃଷ୍ଟିରେ ରଖି ଏହା କିଛି ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। କାରଣ ଭାରତର କେତେକ କ୍ଷେତ୍ରରେ ଦ୍ୱିତୀୟ କୋଭିଡ ତରଙ୍ଗ ଦେଖିବାକୁ ମିଳିଛି । ସେଥିପାଇଁ 2021 ପର୍ଯ୍ୟନ୍ତ କୋରୋନା ମହାମାରୀର ପ୍ରକୋପ ଜାରି ରହିବ ବୋଲି ସମ୍ଭାବନା ରହିଛି ।

ଆଜି ଭାରତରେ ମୋଟ କୋରୋନା ସଂକ୍ରମଣ ୪୦ଲକ୍ଷ ଅତିକ୍ରମ କରିଛି। ଏଥିସହିତ ୩୧ଲକ୍ଷରୁ ଅଧିକ କୋରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୬୮,୪୭୨ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଦେଶ ଏ ବର୍ଷ କୋରୋନ ଭୂତାଣୁ ମୁକ୍ତ ହୋଇପାରିବ ନାହିଁ।

ଡକ୍ଟର ଗୁଲେରିଆ କୋରୋନା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି।

ABOUT THE AUTHOR

...view details