ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି(ମଙ୍ଗଳବାର) କହିଛନ୍ତି ଯେ କୋଭିଡ ମହାମାରୀ ଲୋକଙ୍କୁ ଯୋଗାଯୋଗର ନୂତନ ଉପାୟ ଚିନ୍ତା କରିବାକୁ ବାଧ୍ୟ କରିଛି। FICCI Frames 2020 ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାଭେଦକର ଏହା କହିଛନ୍ତି ।
‘କୋଭିଡ ମହାମାରୀ ଯୋଗାଯୋଗର ନୂତନ ଉପାୟ ଚିନ୍ତା କରିବାକୁ ବାଧ୍ୟ କରିଛି’
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି(ମଙ୍ଗଳବାର) କହିଛନ୍ତି ଯେ କୋଭିଡ ମହାମାରୀ ଲୋକଙ୍କୁ ଯୋଗାଯୋଗର ନୂତନ ଉପାୟ ଚିନ୍ତା କରିବାକୁ ବାଧ୍ୟ କରିଛି।
ସେ ଏହା ମଧ୍ୟ କହିଛନ୍ତି ଯେ ମହାମାରୀକୁ ଦୃଷ୍ଟିରେ ରଖି ଭାରତରେ ଚଳଚ୍ଚିତ୍ର ସୁଟିଂ ପାଇଁ ସରକାର SOP ସହିତ ଜଲଦି ଆସୁଛନ୍ତି। ସ୍ଥଗିତ ଥିବା ଚଳଚ୍ଚିତ୍ର ନିର୍ମାଣକୁ ପୁଣି ଆରମ୍ଭକୁ କରିବା ପାଇଁ ମନ୍ତ୍ରୀ କହିଛନ୍ତି ଯେ ଟିଭି ସିରିଏଲ, ଆନିମେସନ୍ ଓ ଗେମିଂ ସମେତ ସମସ୍ତ କ୍ଷେତ୍ରରେ ଉତ୍ପାଦନ ପ୍ରୋତ୍ସାହନ ସହିତ ସରକାର ଆସୁଛନ୍ତି ।
ଖୁବ ଶୀଘ୍ର ଏନେଇ ପଦକ୍ଷେପ ଘୋଷଣା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଗୁରୁତ୍ବକୁ ଯଥେଷ୍ଟ ଧ୍ୟାନ ଦିଆଯିବ କାରଣ ଏହି କ୍ଷେତ୍ର ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିଥାଏ।