ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି କୋରୋନା । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କ ନିକଟରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି।
ଦିିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିହ୍ନଟ ହେଲା କୋରୋନା - ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିହ୍ନଟ ହେଲା କୋରୋନା
ଦିଲ୍ଲୀରେ କୋରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କାର୍ଯ୍ୟାଳୟରୁ କୋରୋନା ପଜିଟିଭ ମିଳିଛି । ଅଧିକ ପଢନ୍ତୁ...
![ଦିିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିହ୍ନଟ ହେଲା କୋରୋନା ଦିିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିହ୍ନଟ ହେଲା କୋରୋନା](https://etvbharatimages.akamaized.net/etvbharat/prod-images/768-512-7347711-thumbnail-3x2-wr.jpg)
ଦିିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିହ୍ନଟ ହେଲା କୋରୋନା
ସରକାରୀ ସୂତ୍ର ଅନୁଯାୟୀ, ଗତ କିଛି ଦିନ ହେବ ବ୍ୟକ୍ତି ଜଣକ ଅସୁସ୍ଥ ଥିବାବେଳେ ଅଫିସକୁ ଆସୁ ନଥିଲେ। ରବିବାର ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେପଟେ, କର୍ମଚାରୀ ଜଣକ ସଂକ୍ରମିତ ଜଣାପଡିବା ପରେ ସମ୍ପୂର୍ଣ୍ଣ ଅଫିସକୁ ସାନିଟାଇଜ କରାଯାଇଛି ।
ଜାତୀୟ ରାଜଧାନୀରେ କରୋନା ଭାଇରସ ମାମଲା 14,053 କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 276 ରେ ପହଞ୍ଚିଛି ବୋଲି ସୋମବାର ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କହିଛି। ମୋଟ ମାମଲା ମଧ୍ୟରୁ 7,006 ସକ୍ରିୟ ଥିବା କୁହାଯାଇଛି।
TAGGED:
Covid infection