ଓଡିଶା

odisha

ETV Bharat / bharat

କୋରୋନା ଭୟ; ଜେସିବି ଉଠାଇଲା ମୃତଦେହ

କୋରୋନା ଭୟରେ ଭୁଲିଗଲେ ମାନବିକତା । ମୃତଦେହକୁ ମିଳିଲାନି ଚାରିକାନ୍ଧ । ଜେସିବି ସାହାଯ୍ୟରେ ପୋତା ହେଲା ମୃତଦେହ । ତେଲେଙ୍ଗାନାର ଜଗୁଲାମ୍ବା ଗଡୱାଲ ଜିଲ୍ଲାର ରାମପୁରମ୍‌ ଗାଁର ଘଟଣା ।

କୋରୋନା ଭୟ; ଜେସିବିରେ ନେଇ ପୋତିଲେ ମୃତଦେହ
କୋରୋନା ଭୟ; ଜେସିବିରେ ନେଇ ପୋତିଲେ ମୃତଦେହ

By

Published : Jul 23, 2020, 9:27 AM IST

Updated : Jul 23, 2020, 2:26 PM IST

ହାଇଦ୍ରାବାଦ: କୋରୋନା କାଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ଜଣେ ଯୁବକଙ୍କ ମୃତଦେହକୁ ଜେସିବିରେ ନିଆଯାଇ ପୋତାଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେଲେଙ୍ଗାନାର ଜଗୁଲାମ୍ବା ଗଡୱାଲ ଜିଲ୍ଲାର ରାମପୁରମ୍‌ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

କୋରୋନା ଭୟ; ଜେସିବି ସାହାଯ୍ୟରେ ପୋତିଲେ ମୃତଦେହ

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, କିଛିଦିନ ତଳେ ଗାଁର କିଛି ଯୁବକ ତିରୁପତି ଯାଇଥିଲେ । ତେବେ ସେମାନେ ଫେରିବା ପରେ ସେମାନଙ୍କ ଭିତରୁ ଜଣଙ୍କର କୋଭିଡ୍‌-19 ପଜେଟିଭ୍‌ ଆସିଥିଲା । ହେଲେ ଅନ୍ୟମାନଙ୍କର କୌଣସି ଲକ୍ଷଣ ଦେଖାଯାଉନଥିବାରୁ ସେମାନଙ୍କର କୋରୋନା ଟେଷ୍ଟ କରାଯାଇନଥିଲା ।

ତେବେ ସେହି ଯୁବକମାନଙ୍କ ମଧ୍ୟରେ ଜଣଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣଙ୍କ ପୂର୍ବରୁ କୋରୋନା ଟେଷ୍ଟ ପାଇଁ ହସ୍ପିଟାଲ ଯାଇଥିଲେ ମଧ୍ୟ ତାଙ୍କର କୌଣସି ଲକ୍ଷଣ ନଥିବାରୁ ତାଙ୍କର ଟେଷ୍ଟ ହୋଇନଥିଲା ।

ହେଲେ ଯୁବକ ଜଣଙ୍କର ମୃତ୍ୟୁ ପରେ ତାଙ୍କୁ କୋରୋନା ହୋଇଥିବା ଆଶଙ୍କା କରି ସତ୍କାର କରିବାକୁ କେହି ଆସିନଥିଲେ । ଫଳରେ ବାଧ୍ୟହୋଇ ପରିବାର ଲୋକେ ଜେସିବି ସାହାଯ୍ୟରେ ମୃତଦେହକୁ ପୋତି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2020, 2:26 PM IST

ABOUT THE AUTHOR

...view details