ଓଡିଶା

odisha

ETV Bharat / bharat

ମୁମ୍ବାଇର ମହାଲକ୍ଷ୍ମୀ ରେସ କୋର୍ସରେ ତିଆରି ହେଲା କୋଭିଡ ହସ୍ପିଟାଲ - ମୁମ୍ବାଇର ମହାଲକ୍ଷ୍ମୀ ରେସ କୋର୍ସରେ ତିଆରି ହେଲା ଅସ୍ଥାୟୀ ମେଡିକାଲ

ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ସମୃଦ୍ଧିର ପ୍ରତୀକ ଭାବେ ପରିଚିତ ତଥା ପ୍ରସିଦ୍ଧ ମହାଲକ୍ଷ୍ମୀ ରେସ କୋର୍ସକୁ ବର୍ତ୍ତମାନ କୋରୋନା ପାଇଁ ଏକ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୁମ୍ବାଇର ମହାଲକ୍ଷ୍ମୀ ରେସ କୋର୍ସରେ ତିଆରି ହେଲା ଅସ୍ଥାୟୀ ମେଡିକାଲ
ମୁମ୍ବାଇର ମହାଲକ୍ଷ୍ମୀ ରେସ କୋର୍ସରେ ତିଆରି ହେଲା ଅସ୍ଥାୟୀ ମେଡିକାଲ

By

Published : May 28, 2020, 11:52 PM IST

ମୁମ୍ବାଇ: କୋରୋନା ମହାମାରୀ ସହ ମୁକାବିଲା କରୁଛି ସାରା ଦେଶ । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ସମୃଦ୍ଧିର ପ୍ରତୀକ ଭାବେ ପରିଚିତ ତଥା ପ୍ରସିଦ୍ଧ ମହାଲକ୍ଷ୍ମୀ ରେସ କୋର୍ସକୁ ବର୍ତ୍ତମାନ କୋରୋନା ପାଇଁ ଏକ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି । ଏଠାରେ ପେଣ୍ଡାଲ ତିଆରି କରାଯାଇଛି । ଏହି ପେଣ୍ଡାଲରେ କୋରୋନା ଆକ୍ରାନ୍ତଙ୍କ ପାଇଁ 300 ଶଯ୍ୟା କରାଯାଇଛି ।

ଏହାସହ ଅନ୍ୟ ଏକ ପେଣ୍ଡାଲ ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ଏହି ପେଣ୍ଡାଲରେ ଦୁଇଟି ଅଂଶ ରହିଛି । ଯେଉଁଥିରେ 200 ଲେଖାଏଁ ଶଯ୍ୟା ରହିବ । ଅତି ଗମ୍ଭୀର ମାମଲା ପାଇଁ ଅଲଗାରେ 126ଟି ଶଯ୍ୟା ବିଶିଷ୍ଟ ଆଇସିୟୁ ମହାଲକ୍ଷ୍ମୀ ରେସ କୋର୍ସରେ ନିର୍ମାଣ କରାଯାଉଛି ।

ଯେଉଁଠି 300 ଶଯ୍ୟା ନିର୍ମିତ ସରିଛି ସେଠାରେ ଯେଉଁ କୋରୋନା ସଂକ୍ରମିତ ପହଞ୍ଚିବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଆଧୁନିକତାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଏକ ବେଡ୍ ଦିଆଯାଉଛି ଯେଉଁଥିରେ ଗଦି, ତକିଆ ଏବଂ ଚଦର ରହିଛି । ସେହିପରି ଏହି କ୍ବାରେନଣ୍ଟାଇନକୁ ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟଲେସ କରାଯାଇଛି । ଯେପରିକି ଜଣେ ଆକ୍ରାନ୍ତ ଡାକ୍ତରଙ୍କ ସହ କଥା ହେବାକୁ ହେଲେ ମଝିରେ ଏକ ବଡ଼ କାଚ ଲଗାଯାଇଛି । କୋରୋନା ସଂକ୍ରମିତ ମେଡିକାଲ କର୍ମଚାରୀଙ୍କ ସଂଯୋଗରେ ଆସିପାରିବେ ନାହିଁ ।

ମୁମ୍ବାଇରେ ବଢୁଥିବା କୋରୋନା ମାମଲାକୁ ରୋକିବା ପାଇଁ ସରକାର ପ୍ରାଣପଣେ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଏଠାରେ ମାମଲା ଅଧିକ ବଢିଲେ ସେମାନଙ୍କୁ କିପରି ସୁବିଧାର ସହ ଏବଂ ସୁରକ୍ଷିତ ଭାବେ କ୍ବାରେନଣ୍ଟାଇନରେ ରଖାଯିବ ତାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।

For All Latest Updates

ABOUT THE AUTHOR

...view details