ଓଡିଶା

odisha

ETV Bharat / bharat

ପୋଲିସଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ଯୋଗୀ ସରକାର - 50 ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ଯୋଗୀ ସରକାର

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ।

covid-19-yogi-govt-announces-rs-50-lakh-insurance-cover-for-up-police-personne
ପୋଲିସକର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ଯୋଗୀ ସରକାର

By

Published : Apr 8, 2020, 1:26 PM IST

ଲକ୍ଷ୍ନୌ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି । ଏନେଇ ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଆୱସ୍ତି ବୁଧବାର ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଟ୍ବିଟରରେ ଆୱସ୍ତି କହିଛନ୍ତି ଯେ, ଉତ୍ତରପ୍ରଦେଶ ସରକାର ପୋଲିସ କର୍ମଚାରୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁବ୍ ଶୀଘ୍ର ଏକ ଲିଖିତ ଆଦେଶ ପ୍ରକାଶ କରିବ ।’ ସେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ମାସ୍କ ବ୍ୟବହାର ନକରନ୍ତି ତେବେ ସେମାନଙ୍କ ପାଇଁ କଟକଣା ଜାରି କରାଯିବ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୋସିଆଲ ମିଡିଆରେ COVID-19 ସହ ଜଡିତ ନକଲି ପୋଷ୍ଟ ବାଣ୍ଟିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ ପଞ୍ଜାବ ସରକାର ପୋଲିସ ଏବଂ ପରିମଳ କର୍ମଚାରୀଙ୍କୁ 50 ଲକ୍ଷ ଅତିରିକ୍ତ ସ୍ବାସ୍ଥ୍ୟବୀମା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ପରିବାର କଲ୍ୟାଣ ଅନୁଯାୟୀ, ଉତ୍ତରପ୍ରଦେଶରେ କୋରୋନା ପଜିଟିଭ ସଂଖ୍ୟା 326 ରହିଥିବା ବେଳେ 3 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ 3 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

@ANI

ABOUT THE AUTHOR

...view details