ଓଡିଶା

odisha

By

Published : Aug 3, 2020, 6:36 PM IST

ETV Bharat / bharat

କୋରୋନା ମୃତକଙ୍କଠୁ ଗାଏବ 6 ଲକ୍ଷ ଟଙ୍କାର ସୁନା ଗହଣା

ହାଇଦ୍ରାବାଦସ୍ଥିତ ବନଜାରା ହିଲ୍ସର ଏକ ଘରୋଇ ଡାକ୍ତରଖାନା ବିରୋଧରେ ଏକ ପରିବାର ଅଭିଯୋଗ କରିଛନ୍ତି । ମେଡିକାଲ କର୍ମଚାରୀମାନେ ମୃତ ରୋଗୀଙ୍କଠାରୁ 6 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ମୃତ ମହିଳାଙ୍କ ଦେହରୁ ଗାଏବ 6 ଲକ୍ଷ ଟଙ୍କାର ସୁନା ଗହଣା
କୋରୋନାରେ ମୃତ ମହିଳାଙ୍କ ଦେହରୁ ଗାଏବ 6 ଲକ୍ଷ ଟଙ୍କାର ସୁନା ଗହଣା

ହାଇଦ୍ରାବାଦ: ଗୋଟେ ପଟେ ହାଇଦ୍ରାବାଦରେ ବୃଦ୍ଧି ପାଉଛି COVID-19 ମାମଲା । ଏବଂ ଅନ୍ୟପଟେ ଘରୋଇ ହସ୍ପିଟାଲରେ ରୋଗୀମାନଙ୍କ ପ୍ରତି ଅବହେଳାର ଅନେକ ଘଟଣା ସାମ୍ନାକୁ ଆସିଛି । ଅନେକ ଘରୋଇ ଡାକ୍ତରଖାନା ରହିଛି ଯେଉଁଠି କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେବଳା, କର୍ମଚାରୀଙ୍କ ଅଭାବ ଏବଂ ଅଧିକ ଦେୟରେ ଚିକିତ୍ସା କରୁଥିବାର ଅଭିଯୋଗ ଆସିଛି । ତେବେ ଡାକ୍ତରଖାନାରେ ସ୍ବାସ୍ଥ୍ୟକର୍ମୀ ସାଜୁଛନ୍ତି ଚୋର । ଏପରି ଅଭିଯୋଗ ଆସିଛି ହାଇଦ୍ରାବାଦସ୍ଥିତ ବନଜାରା ହିଲ୍ସର ଏକ ଘରୋଇ ଡାକ୍ତରଖାନାରୁ ।

ସୂଚନା ଅନୁସାରେ ଏହି ପ୍ରାଇଭେଟ ଡାକ୍ତରଖାନା ବିରୋଧରେ ଏକ ପରିବାର ଅଭିଯୋଗ କରିଛନ୍ତି ଯେ ମେଡିକାଲ କର୍ମଚାରୀମାନେ ମୃତ ରୋଗୀଙ୍କଠାରୁ 6 ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରି କରିନେଇଛନ୍ତି। ଜଣେ 90 ବର୍ଷିୟ ମହିଳା କୋଭିଡରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଲା । ଜୁଲାଇ 25 ରେ ତାଙ୍କର ଶେଷ ରୀତିନୀତି କରାଯାଇଥିଲା । ଯାହା ପରେ ପରିବାର ସଦସ୍ୟଙ୍କୁ ହଠାତ ମନେପଡିଲା ଯେ ମୃତ ମହିଳା ବହୁ ଅଳଙ୍କାର ପିନ୍ଧିଥିଲେ, ଯାହା ବର୍ତ୍ତମାନ ନିଖୋଜ ଅଛି । ଏନେଇ ପରିବାର ଲୋକ ଦାବି କରିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ମହିଳା ଜଣଙ୍କ ସୁନା ଚେନ୍, ସୁନା ମୁଦି, ସୁନା ନାକଫୁଲ ଏବଂ କାନଫୁଲ ପିନ୍ଧିଥିଲେ ।

ତେବେ ମୃତକଙ୍କ ପରିବାର ସଦସ୍ୟଙ୍କ କହିବା କଥା ହେଲା ମହିଳାଙ୍କର ମୃତଦେହରୁ ବଡିବ୍ୟାଗରେ ରଖିବା ପୂର୍ବରୁ ଫଟୋଗ୍ରାଫି କରାଯାଇଥିଲା । ଏହି ଫଟୋରେ ମହିଳାଙ୍କ ଦେହରେ କୌଣସି ଅଳଙ୍କାର ନଥିବା ଅଭିଯୋଗ କରିଛନ୍ତି । ଏନେଇ ମଡିକାଲର କିଛି କର୍ମଚାରୀ ଅଳଙ୍କାର ଚୋରି କରିଥିବା ବନଜାରା ହିଲ୍ସ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ଅନୁସାରେ ପୋଲିସ ମେଡିକାଲର ସିସିଟିଭି ଫୁଟେଜ ଆଧାରରେ 4 ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

ABOUT THE AUTHOR

...view details