ଓଡିଶା

odisha

ETV Bharat / bharat

ପୁଣି ଟେଷ୍ଟିଂ କ୍ଷମତା ବଢାଇବାକୁ ସ୍ବାସ୍ଥ୍ୟ ସଚିବ ଓ ଆଇଏମସିଆର ନିର୍ଦ୍ଦେଶ - କୋଭିଡ ନ୍ୟୁଜ

ଦେଶରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢିଚାଲିଛି । କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଚର୍ଚ୍ଚା କରାଯାଉଛି । ଯାହାକୁ ନେଇ ଟେଷ୍ଟିଂ କ୍ଷମତା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ପୁଣି ଟେଷ୍ଟିଂ କ୍ଷମତା ବଢାଇବାକୁ ସ୍ବାସ୍ଥ୍ୟ ସଚିବ ଓ ଆଇଏମସିଆର ନିର୍ଦ୍ଦେଶ
ପୁଣି ଟେଷ୍ଟିଂ କ୍ଷମତା ବଢାଇବାକୁ ସ୍ବାସ୍ଥ୍ୟ ସଚିବ ଓ ଆଇଏମସିଆର ନିର୍ଦ୍ଦେଶ

By

Published : Jul 21, 2020, 10:19 AM IST

ନୂଆଦିଲ୍ଲୀ: କୋରୋନାକୁ ମୁକାବିଲା କରିବାକୁ ହେଲେ ଟେଷ୍ଟିଂ କ୍ଷମତାକୁ ବଢାଇବାକୁ ହେବ । ତେଣୁ ଦେଶରେ ଟେଷ୍ଟିଂ କ୍ଷମତାକୁ ଅଧିକରୁ ଅଧିକ କରିବାକୁ ଆଇଏମସିଆର ଓ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଓ ଆଇଏମସିଆର ରିସର୍ଚ୍ଚର ସାଧାରଣ ନିର୍ଦ୍ଦେଶକ ଡ.ବଳରାମ ଭାର୍ଗବ ଚିଠି ଲେଖି ଜଣାଇଛନ୍ତି।

ଜୁଲାଇ 17 ତାରିଖରେ ଲେଖାଯାଇଥିବା ଏହି ଚିଠିରେ, ଟେଷ୍ଟିଂ କ୍ଷମତା ବୃଦ୍ଧି କରିବାକୁ ହେବ ଲ୍ୟାବ ସଂଖ୍ୟାକୁ ମଧ୍ୟ ବଢାଇବାକୁ ହେବ ।

ସେମାନେ କହିଛନ୍ତି ଯେ, କୋଭିଡ-19 ପରୀକ୍ଷା ବୃଦ୍ଧି ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି, ଯେଉଁଥିରେ "କେନ୍ଦ୍ର ସରକାରଙ୍କ ତଥା କେନ୍ଦ୍ରର ବିଭିନ୍ନ ବିଭାଗ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା CAR, DBT ପରି ବୈଜ୍ଞାନିକ ସଂସ୍ଥାଗୁଡ଼ିକର ସମନ୍ୱିତ ପ୍ରୟାସ ଆବଶ୍ୟକ ରହିଛି ।

ଏମସିଆଇ ଦ୍ବାରା 281ଟି ସରକାରୀ ମେଡିକାଲ କଲେଜ ଅନୁମୋଦିତ ହୋଇଛି । ବର୍ତ୍ତମାନ 263 ଟି ଆଇସିଏମଆର ଦ୍ବାରା ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ।ଅନ୍ୟାନ୍ୟ ସରକାରୀ ମେଡିକାଲ କଲେଜଗୁଡିକ ମଧ୍ୟ 2 ଟି ଆରଟି- PCR ମେସିନ ସେମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀ ଉପଲବ୍ଧ କରି ପରୀକ୍ଷା ପାଇଁ ଅନୁମୋଦନ ପାଇପାରିବେ। ଏମସିଆଇଦ୍ବାରା ସ୍ବୀକୃତିପ୍ରାପ୍ତ 261ଟି ବେସରକାରୀ ମେଡିକାଲ କଲେଜ ମଧ୍ୟରୁ 76ଟି ପରୀକ୍ଷଣ ପାଇଁ ଅନୁମତି ହୋଇଛି । ଅନ୍ୟ 185 ଟି ସହିତ 2 ଟି RT-PCR ମେସିନ ପରୀକ୍ଷା ନେଟୱାର୍କରେ ଯୋଡି ହୋଇପାରିବ।

ରାଜ୍ୟ, କେନ୍ଦ୍ରଶାସିତଗୁଡ଼ିକୁ ମଧ୍ୟ ସେମାନଙ୍କର ପରୀକ୍ଷଣ ସମ୍ଭାବନାକୁ ବଢାଇବା ପାଇଁ ଶୀଘ୍ର ଆଣ୍ଟିଜେନ୍ କିଟ୍ କ୍ରୟ କରିବାକୁ କୁହାଯାଇଛି । 2 ଟି RT-PCR ମେସିନ ସହିତ ବ୍ୟକ୍ତିଗତ ଡାଇଗ୍ନୋଷ୍ଟିକ୍ ଲ୍ୟାବ ଦ୍ବାରା ଦୈନିକ 48,000 ପରୀକ୍ଷଣ କରିବାକୁ କୁହାଯାଇଛି ।

ABOUT THE AUTHOR

...view details