ଓଡିଶା

odisha

ETV Bharat / bharat

କୋରୋନା ସଙ୍କଟ, ରେସ୍ତୋରାଁରେ ମାଗଣାରେ ଖାଇବାକୁ ଦେଲେ ପାକିସ୍ତାନୀ ଅମ୍ପାୟାର - Aleem Dar offers free food to unemployed people

କୋରୋନା ସଙ୍କଟ । ସଙ୍କଟ ମୋଚକ ସାଜି ବେକାରୀଙ୍କ ପେଟ ଭରିଲେ ଆଲାମ । ଅଧିକ ପଢନ୍ତୁ..

COVID-19: Umpire Aleem Dar offers free food to unemployed people at his restaurant
କୋରୋନା ସଙ୍କଟ, ରେଷ୍ଟରୁାଣ୍ଟରେ ମାଗଣାରେ ଖାଇବା ଦେଲେ ଆଲାମ

By

Published : Mar 27, 2020, 5:44 PM IST

ଲାହୋର: କୋରୋନା ସଙ୍କଟରେ ବେରାଜଗାରୀଙ୍କ ସଙ୍କଟମୋଚକ ସାଜିଲେ ପାକିସ୍ତାନୀ ଅମ୍ପାୟାର ଆଲେମ ଡାର । ସେ ଲାହୋରରେ ଥିବା ତାଙ୍କ ରେଷ୍ଟୁରାଣ୍ଟରେ ବେକାର ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ରେଷ୍ଟରୁାଣ୍ଟରେ ମାଗଣାରେ ଖାଇବା ଦେଲେ ଆଲାମ

ପାକିସ୍ତାନରେ ଏ ପର୍ଯ୍ୟନ୍ତ ପ୍ରାୟ 1200 କରୋନା ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ 9 ଜଣ ପ୍ରାଣ ହରାଇଛନ୍ତି।

କୋରୋନା ସଙ୍କଟ

ଡାର୍ ‘ଡାର୍ ଡେଲିଟୋ’ ନାମରେ ଏକ ରେଷ୍ଟୁରାଣ୍ଟ ଚଳାନ୍ତି । ସେ ଘୋଷଣା କରିଛନ୍ତି ଯେ, କୋରୋନା ମହାମାରୀ ଯୋଗୁଁ ଚାକିରୀ ହରାଇଥିବା ଲୋକମାନେ ତାଙ୍କ ରେସ୍ତୋରାଁ ଖାଇପାରିବେ । ସେ ବି ପୂରା ଫ୍ରି ।

ଡାର ଏକ ଭିଡିଓରେ କହିଛନ୍ତି ଯେ, କୋରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଛି ଏବଂ ଏହାର ମାରାତ୍ମକ ପ୍ରଭାବ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ଦେଖାଦେଇଛି। "ଏଣୁ ଏଭଳି ସମୟରେ ଆମର ସମର୍ଥନ ବିନା ଆମ ସରକାର ଏହାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏଥିପାଇଁ ମୁଁ ଅନୁରୋଧ କରୁଛି ଯେ, ସମସେ ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ ।’’

ଏହି ଲକଡାଉନ ସମୟରେ ବହୁ ଲୋକ ସେମାନଙ୍କ ଚାକିରୀ ହରାଇଛନ୍ତି । ଫଳରେ ଖାଦ୍ୟ ପାଇଁ ମଧ୍ୟ ସେମାନଙ୍କ ପାଖରେ ଆବଶ୍ୟକୀୟ ସମ୍ବଳ ନାହିଁ । ଏଣୁ ଏହି ସମୟରେ ମୋର ଲାହୋରର ପିୟା ରୋଡରେ ଥିବା ରେଷ୍ଟୁରାଣ୍ଟରେ ସେମାନେ ଆସି ଖାଦ୍ୟ ଖାଇପାରିବେ ।

ସେହିପରି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ମଧ୍ୟ ଦେଶର ଅଭାବୀ ଲୋକଙ୍କୁ ଡିଜେନ୍ଫେକ୍ଟାଣ୍ଟ ସାବୁନ, ସାମଗ୍ରୀ ଏବଂ ଖାଦ୍ୟ ଦାନ କରିଛନ୍ତି।

ଏପରି ଭାବେ ପୂର୍ବତନ ସ୍ପଡରଷ୍ଟର ସୋଏବ ଅଖତର ମଧ୍ୟ ଧର୍ମନିର୍ବିଶେଷରେ ଯାଇ ପରସ୍ପରକୁ ଅନୁରୋଧ ପାଇଁ ଅପିଲ କରିଲ କରିଛନ୍ତି ।

ABOUT THE AUTHOR

...view details