ନୂଆଦିଲ୍ଲୀ: କୋଭିଡ୍-19 ଭୂତାଣୁ ସହିତ ଲଢେଇ କରି ଜିତିଛନ୍ତି ଆମେରିକାର ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ ହ୍ୟାନ୍ କକ୍ । ତେଵେ ସେ କୋରୋନା ମୁକାବିଲା କାର୍ଯ୍ୟରେ ଯୋଗ ଦେବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଟାର୍ଗେଟ ଦେଇଛନ୍ତି ଯେ, ଦୈନିକ 1ଲକ୍ଷ ରକ୍ତ ନମୂନା ପରୀକ୍ଷା କରାଯିବ ।
କୋଭିଡ୍-19କୁ ହରାଇ କାର୍ଯ୍ୟରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ, ଦିନକୁ ଲକ୍ଷେ ଟେଷ୍ଟ ଘୋଷଣା - covid 19 news
ଆମେରିକାରେ ଦିନକୁ ଦିନ କୋରୋନା ରୋଗୀ ସଂଖ୍ୟା ବଢି ଚାଲିଛି। ଖୋଦ୍ ସ୍ବାସ୍ଥ୍ୟ ସଚିବ କୋରୋନା ଆକ୍ରାନ୍ତ ହେବା ପରେ ପୁନଶ୍ଚ ସଚିବ କୋରୋନା ବିଜୟୀ ହେବା ପରେ ସାମ୍ପ୍ରତ୍ତିକ ସ୍ବାସ୍ଥ୍ୟସେଵା ତ୍ବରିତ ହୋଇଛି । ଅଧିକ ଖବର ପଢନ୍ତୁ...
ଆମେରିକାରେ ଦିନକୁ ଦିନ କୋରୋନା ରୋଗୀ ସଂଖ୍ୟା ବଢି ଚାଲିଥିବା ଵେଳେ ସରକାରଙ୍କୁ ଏହା ସହିତ ଲଢେଇ କରିବା ଏକ ଚ୍ୟାଲେଞ୍ଜ ହୋଇଛି । ଖୋଦ୍ ସ୍ବାସ୍ଥ୍ୟ ସଚିବ କୋରୋନା ଆକ୍ରାନ୍ତ ହେବା ପରେ ଏହି ବିଭାଗରେ ଛନକା ପଶିଥିଲା । ପୁନଶ୍ଚ ସଚିବ କୋରୋନା ବିଜୟୀ ହେବା ପରେ ସାମ୍ପ୍ରତ୍ତିକ ସ୍ବାସ୍ଥ୍ୟସେଵା ତ୍ବରିତ ହୋଇଛି ।
ସଚିବଙ୍କ ସୂଚନା ଅନୁସାରେ କୋଭିଡ୍-19ର ସଂକ୍ରମଣ ପ୍ରତି 2ରୁ 3 ଦିନ ମଧ୍ୟରେ ଡବଲ୍ରୁ ଅଧିକ ହେଉଛି । ପଜିଟିଭ୍ ଚିହ୍ନଟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରକ୍ତନମୂନା ପରୀକ୍ଷଣ ଆବଶ୍ୟକ ହେଉଛି । ଏଣୁ ଦୈନିକ ଏକ ଲକ୍ଷ ରକ୍ତନମୂନା ପରୀକ୍ଷା କରାଗଲେ, କୋରୋନା ମୁକାବିଲା ସଠିକ୍ ଭାବେ କରିହେଵ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ସଚିବ ରକ୍ତନମୂନା ପରୀକ୍ଷା।ପାଇଁ 45ମିଲିୟନ୍ ପରୀକ୍ଷଣ କିଟ୍ ଯୋଗାଇ ଦେଇଛନ୍ତି ।