ଓଡିଶା

odisha

By

Published : May 14, 2020, 12:16 AM IST

ETV Bharat / bharat

ତେଲେଙ୍ଗାନା କୋରୋନା ଅପଡେଟ: ମୃତ୍ୟୁ ସଂଖ୍ୟା 34, ଡିସଚାର୍ଜ 939

ବୁଧବାର ତେଲେଙ୍ଗାନାରେ 2 କୋଭିଡ -19 ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି ପାଇଛି । ଏହି ଦୁଇଟି ମୃତ୍ୟୁ ରିପୋର୍ଟ ହାଇଦ୍ରାବାଦରୁ ରହିଛି । ରାଜ୍ୟର 33ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ପ୍ରଭାବିତ ରହିଛି ହାଇଦ୍ରାବାଦ । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟ ରାଜଧାନୀରେ 4 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ତେଲେଙ୍ଗାନା
ତେଲେଙ୍ଗାନା

ହାଇଦ୍ରାବାଦ: ସାରା ଦେଶରେ କୋରୋନା ପ୍ରକୋପ ବଢିବାରେ ଲାଗିଛି । ଅନ୍ୟପଟେ ଧିରେ ଧିରେ ତେଲେଙ୍ଗାନାରେ ମଧ୍ୟ କୋଭିଡ-19ର ବିତ୍ପାତ ବୃଦ୍ଧି ପାଉଛି । ବୁଧବାର ତେଲେଙ୍ଗାନାରେ 2 କୋଭିଡ -19 ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି ପାଇଛି ।

ଏହି ଦୁଇଟି ମୃତ୍ୟୁ ରିପୋର୍ଟ ହାଇଦ୍ରାବାଦରୁ ରହିଛି । ରାଜ୍ୟର 33ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ପ୍ରଭାବିତ ରହିଛି ହାଇଦ୍ରାବାଦ । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟ ରାଜଧାନୀରେ 4 ଜଣଙ୍କର ମୃତ୍ୟୁ ଘଟିଛି ।

କୋଭିଡ -19 ମାମଲାର ବୃଦ୍ଧି ବୁଧବାର ମଧ୍ୟ ଜାରି ରହିଛି ଏବଂ 41 ଟି ନୂତନ ସଂକ୍ରମଣ ରିପୋର୍ଟ ରେକର୍ଡ ହୋଇଛି । ଏହାକୁ ମିଶାଇ ହାଇଦ୍ରାବାଦରେ ମୋଟ ସଂକ୍ରମଣ ମାମଲା 1367ରେ ପହଞ୍ଚିଛି ।

ଗତ କିଛି ଦିନ ଭଳି ଗ୍ରେଟର ହାଇଦ୍ରାବାଦରେ ମଧ୍ୟ ଅନେକ ସଂକ୍ରମଣ ମାମଲା ଆସିଥିଲା । ରାଜ୍ୟରେ ବୁଧବାର 41 କୋରୋନା ପଜେଟିଭ ରିପୋର୍ଟ ମଧ୍ୟରୁ ଗ୍ରେଟର ହାଇଦ୍ରାବାଦରୁ 31ଟି ଆସିଥିବା ବେଳେ ଅବଶିଷ୍ଟ ପ୍ରବାସୀ ଥିଲେ । ଏହା ସହିତ ପ୍ରବାସୀ ପଜିଟିଭଙ୍କ ସଂଖ୍ୟା 35 କୁ ବୃଦ୍ଧି ପାଇଛି ।

ବୁଧବାର ଡାକ୍ତରଖାନାରୁ 117 ରୋଗୀ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି । ଏହାଦ୍ବାରା ରାଜ୍ୟରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା 939 ରହିଛି । ଏହା ସହିତ ସକ୍ରିୟ ମାମଲା ସଂଖ୍ୟା 394 କୁ ହ୍ରାସ ପାଇଛି ।

ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ ଗତ 14 ଦିନ ମଧ୍ୟରେ ନୂତନ ମାମଲା ଆସିନଥିବା ଜିଲ୍ଲା ସଂଖ୍ୟା 26କୁ ବୃଦ୍ଧି ପାଇଛି । ତିନୋଟି ଜିଲ୍ଲା ଏପର୍ଯ୍ୟନ୍ତ ଗୋଟିଏ ପଜିଟିଭ୍ ମାମଲା ରିପୋର୍ଟ ହୋଇନାହିଁ ।

ଗତ ପାଞ୍ଚ ଦିନ ଧରି ବିଭିନ୍ନ ସହରରୁ ଆସିଥିବା ପ୍ରବାସୀଙ୍କ ପାଇଁ ହାଇଦ୍ରାବାଦରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ତେଲେଙ୍ଗାନାରେ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ରେଡ ଜୋନ 6 ଗୋଟି ଜିଲ୍ଲା ମଧ୍ୟରୁ ଅନ୍ୟତମ ।

ରେଡ୍ ଜୋନର ତିନୋଟି ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ସରକାର । ମାତ୍ର ରାଙ୍ଗା ରେଡ୍ଡୀ, ମେଡଚାଲ ଓ ହାଇଦ୍ରାବାଦ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକ ରେଡ୍ ଜୋନ୍ ରେ ରହିବେ ।

ଏହାସହ 14 ଟି ଅରେଞ୍ଜ ଜୋନ୍ ଜିଲ୍ଲାକୁ ଗ୍ରୀନ୍ ଜୋନକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଏଟଲା ରାଜେନ୍ଦ୍ର କହିଛନ୍ତି ଯେ ଯଦି ରାଜ୍ୟର ଅନୁରୋଧ ଗ୍ରହଣ କରାଯାଏ ତେବେ ତେଲେଙ୍ଗାନାର 80 ପ୍ରତିଶତ ଅଞ୍ଚଳ ଗ୍ରୀନ ଜୋନରେ ପରିଣତ ହେବ । ଯାହା ଫଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରାଯାଇପାରିବ।

@IANS

ABOUT THE AUTHOR

...view details