ନୂଆଦିଲ୍ଲୀ: କୋରୋନା ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦେଶରେ କୋରୋନା ଭାଇରସ ରିପୋର୍ଟ 519 ରେ ପହଞ୍ଚିଛି। ଏହି ସଂଖ୍ୟାରୁ 470 ଟି ପଜେଟିଭ ରିପୋର୍ଟ ଥିବା ବେଳେ 39 ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । କୋରୋନା ଭାଇରସରେ ମୃତକଙ୍କ ସଂଖ୍ୟା 9ରେ ପହଞ୍ଚିଛି ।
ମହାରାଷ୍ଟ୍ରରେ କୋରୋନାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ସଂଖ୍ୟା 107 ରେ ପହଞ୍ଚିଛି । ସେହିପରି କେରଳ 91 ଟି ଏବଂ କର୍ଣ୍ଣାଟକ 41 ରିପୋର୍ଟ ରହିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ୟୁପିରେ 33 ଟି ମାମଲା ରହିଛି ଏବଂ 11 ଜଣ ଲୋକ ସୁସ୍ଥ ହୋଇଛନ୍ତି । ପଶ୍ଚିମବଙ୍ଗରେ 9 ଟି ମାମଲା ସହିତ ଜଣେ ମୃତ, ଉତ୍ତରାଖଣ୍ଡରେ 3 ଏବଂ ଲଦାଖ 13 ଟି ସଂକ୍ରମଣ ରିପୋର୍ଟ ରହିଛି ।