ଥିରୁଅନନ୍ତପୁରମ: ବିଶ୍ବ ଲଢୁଛି କୋଭିଡ୍ ଯୁଦ୍ଧ। ଏହି ଯୁଦ୍ଧରେ ଭାରତର ଅବସ୍ଥା ଉତ୍ତପ୍ତ ଲାର୍ଭା ପରି ଯେ କୌଣସି ମୁହୁର୍ତ୍ତରେ ଏଠି ଉଦଗିରଣ ବି ହୋଇପାରେ। ହେଲେ ମନରେ ଦୃଢ ଇଚ୍ଛାଶକ୍ତି ଓ ଲୋକଙ୍କ ଜୀବନ ବଞ୍ଚେଇବାର ପଣ କରି ଅନେକ ସେବାରତ ଏହି ଯୁଦ୍ଧରେ ଲମ୍ପ ପ୍ରଦାନ କରିଛନ୍ତି। 21 ଦିନିଆ ଲକଡାଉନରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ର ବାର୍ତ୍ତା ସବୁ ଆଡେ ପ୍ରଚାର ହେଉଛି।
ହେଲେ ଏଭଳି ପରିସ୍ଥିତିରେ ପ୍ରତ୍ୟେକ ମୁହୁର୍ତ୍ତରେ ବିପଦ ସହ ଖେଳିବାକୁ ଓ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆଗେଇ ଆସିଛନ୍ତି କିଛି ଯୋଦ୍ଧା। ଏମାନଙ୍କ ଭିତରେ ସର୍ବାଗ୍ରେ ରହିବେ ଡାକ୍ତର ଓ ସଫେଇ କର୍ମଚାରୀ। ଯାହାଙ୍କ ଜୀବନ କଥା ଭାବିଲେ ଡର ଲାଗୁଛି ଯେତିକି ତାସହ ଗର୍ବରେ ଛାତି କୁଣ୍ଡେ ମୋଟ ହୋଇଯାଉଛି।