ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାମିଲ ହେଲା କୋରୋନା ଚିକିତ୍ସା । ଏହି ଯୋଜନାରେ ବେସରକାରୀ ଲାବୋରେଟୋରୀ କିମ୍ବା ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇପାରିବେ ଆୟୁଷ୍ମାନ ଯୋଜନାର ହିତାଧିକାରୀ । ଏନେଇ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନଏଚଏ)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆୟୁଷ୍ମାନ ଯୋଜନାରେ କୋରୋନା ଚିକିତ୍ସା, ଉପକୃତ ହେବେ 50କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ
ଆୟୁଷ୍ମାନ ଯୋଜନାରେ ସାମିଲ କୋଭିଡ-19 ଚିକିତ୍ସା । ଉପକୃତ ହେବେ 50 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ।
କୋରୋନା ଭାଇରସ ସହ ମୁକାବିଲା କରିବାକୁ ଏଭଳି ପଦକ୍ଷେପ ନେଇଛି ଏନଏଚଏ । କୋଭିଡ-19 ପରୀକ୍ଷା ଓ ଚିକିତ୍ସା ସର୍ବସାଧାରଣଙ୍କ ପାଇଁ ମାଗାଣରେ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ଏହି ଯୋଜନାରେ 50 କୋଟିରୁ ଊର୍ଦ୍ଧ୍ବ ନାଗରିକ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି । ଆୟୁଷ୍ମାନ ଭାରତ- ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ଥିବା ହସ୍ପିଟାଲଗୁଡିକ ସେମାନଙ୍କର ପ୍ରାଧିକୃତ ପରୀକ୍ଷା ସୁବିଧା ବ୍ୟବହାର କରିପାରିବେ ।
ସୂଚନାଯୋଗ୍ୟ, କୋଭିଡ-19ର ପରୀକ୍ଷା ଓ ଚିକିତ୍ସା ଆଇସିଏମଆର ଦ୍ବାରା ବେସରକାରୀ ଲାବୋରେଟୋରୀଗୁଡିକରେ କରାଯାଉଛି । ତେବେ ବର୍ତ୍ତମାନ କୋରୋନା ପରୀକ୍ଷା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧିନରେ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇପାରିବେ ।