ଚଣ୍ଡିଗଡ: ଆଜି ଠାରୁ ବିମାନ ସେବା ପୁନଃ ଆରମ୍ଭ ହେବାକୁ ଯାଉଛି । କୋରୋନା ପାଇଁ ବିଭିନ୍ନ ରାଜ୍ୟର ସତର୍କତା ମୂଳକ ଗାଇଡଲାଇନ ଜାରି କରୁଛନ୍ତି । ପଞ୍ଜାବକୁ ଆସୁଥିବା ସମସ୍ତ ଯାତ୍ରୀ କୋଭିଡ ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି ।
ପଞ୍ଜାବକୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଚଣ୍ଡିଗଡ ବିମାନ ବନ୍ଦରରେ ଓହ୍ଲାଇବେ । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କ କୋଭିଡ-19 ଟେଷ୍ଟ ବାଧ୍ୟତାମୂଳକ ଭାବେ କରାଯିବ । ଏନେଇ ମହାଲ୍ଲି ଜିଲ୍ଲାର ଜିଲ୍ଲାପାଳ ଗିରିଶ ଦୟାଲାନ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଯାତ୍ରୀ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବେ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ରହିବ ସେମାନଙ୍କ ପାଇଁ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ନେଗେଟିଭ ରହେ, ତେବେ ସେମାନେ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି କହିଛନ୍ତି ଦୟାଲାନ ।