ଓଡିଶା

odisha

ETV Bharat / bharat

ଅରୁଣାଚଳ ପ୍ରଦେଶରେ 38 କୋରୋନା ଆକ୍ରାନ୍ତ, ବିହାରରେ 85

ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏହି କ୍ରମରେ ହିମାଚଳ ପ୍ରଦେଶରେ 2 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ହିମାଚଳ ପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 38 ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

By

Published : Apr 18, 2020, 10:16 AM IST

coron news
ଅରୁଣାଚଳ ପ୍ରଦେଶରେ 38 କୋରୋନା ଆକ୍ରାନ୍ତ

ଶିମଲା: ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏହି କ୍ରମରେ ହିମାଚଳ ପ୍ରଦେଶରେ 2 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ହିମାଚଳ ପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 38 ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ସେହିପରି ବିହାରରେ 2 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବିହାରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 85ରେ ପହଞ୍ଚିଥିବା ବିହାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ତେବେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଏହା ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ଜଣାପଡିଛି ।

ଏହାଛଡା ମଧ୍ୟପ୍ରଦେଶ ଇନ୍ଦୋରରେ 50 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଇନ୍ଦୋରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 892ରେ ପହଞ୍ଚିଛି । ତେବେ ମଧ୍ୟପ୍ରଦେଶରେ ବର୍ତ୍ତମାନ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1310ରେ ପହଞ୍ଚିଛି । ଏହାଛଡା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 69 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details