ଓଡିଶା

odisha

ETV Bharat / bharat

କୋଭିଡ୍ 19: ମେଡଟେକ୍ ଉଦ୍ୟୋଗୀମାନଙ୍କ ପାଇଁ 2.5 କୋଟିର ଅନୁଦାନ ଆହ୍ବାନ - କୋଭିଡ୍ 19

କୋରୋନା ଭାଇରସ୍ ବିସ୍ତାରକୁ ମୁକାବିଲା କରିବା ପାଇଁ ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ଯୋଗାଣକୁ ଶୀଘ୍ର ବୃଦ୍ଧି କରିବାକୁ, ମାରିକୋ ଇନୋଭେସନ୍ ଫାଉଣ୍ଡେସନ୍ (MIF) ରବିବାର ଦିନ ମେଡଟେକ୍ ଉଦ୍ୟୋଗୀମାନଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛନ୍ତି। ଅଧିକ ଖବର ପଢନ୍ତୁ...

Covid-19: Rs 2.5-cr grant challenge for medtech entrepreneurs
କୋଭିଡ୍ 19: ମେଡଟେକ୍ ଉଦ୍ୟୋଗୀମାନଙ୍କ ପାଇଁ 2.5 କୋଟିର ଅନୁଦାନ ଆହ୍ବାନ

By

Published : Mar 30, 2020, 4:49 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ବିସ୍ତାରକୁ ମୁକାବିଲା କରିବା ପାଇଁ ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଏ)ର ଯୋଗାଣକୁ ଶୀଘ୍ର ବୃଦ୍ଧି କରାଯିବ। ଏନେଇ ମାରିକୋ ଇନୋଭେସନ୍ ଫାଉଣ୍ଡେସନ୍ (MIF) ରବିବାର ଦିନ ମେଡଟେକ୍ ଉଦ୍ୟୋଗୀମାନଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି।

ଏଥିପାଇଁ ଇନୋଭେଟ୍ 2 ବିଟ୍କୋଭିଡ୍ ପକାଇଲା ଭଳି କ୍ଷମତା, ଏମଆଇଏଫ୍ ପ୍ରତିଷ୍ଠାତା ତଥା ମାରିକୋ ଲିମିଟେଡର ଚେୟାରମ୍ୟାନ୍ ହର୍ଷ ମାରିୱାଲା ମେଡଟେକ୍ ଉଦ୍ୟୋଗୀ ଏବଂ ଅନ୍ୟମାନଙ୍କ ପାଇଁ ଭେଣ୍ଟିଲେଟରର ଚାହିଦା-ଯୋଗାଣ ବ୍ୟବଧାନକୁ ଦୂର କରିବା ପାଇଁ ଏକ ଅଭିନବ ସମାଧାନ ବାହାର କରିଛନ୍ତି।

ତେବେ କୋରୋନା ଆକ୍ରାନ୍ତଙ୍କ ପାଇଁ ମାସ୍କ,ହ୍ୟାଣ୍ଡ୍ ସାନିଟାଇଜର ଏବଂ ଅନ୍ୟାନ୍ୟ ଏବଂ ଶ୍ବାସକ୍ରିୟା ସମାଧାନ ପାଇଁ 2.5 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଯାହା କୋରୋନା ଭାଇରସ୍ ପଜିଟିଭ୍ ରୋଗୀଙ୍କ ଚିକିତ୍ସାରେ ମେଡିକାଲ୍ ସମ୍ପ୍ରଦାୟକୁ ସାହାଯ୍ୟ କରିବା ସହ ଭାଇରସର ବିସ୍ତାରକୁ ମଧ୍ୟ ରୋକିପାରିବ।

ମାରିୱାଲା କହିଛନ୍ତି ଯେ, ଭାରତର ସର୍ବୋତ୍ତମ ଅଭିନବ ମସ୍ତିସ୍କକୁ ସ୍ବାସ୍ଥ୍ୟସେବା ସମ୍ପ୍ରଦାୟର ଚାପକୁ ହ୍ରାସ କରିବାରେ ତଥା ଜୀବନ ରକ୍ଷା କରିବାରେ ସାହାଯ୍ୟ କରି ଆମକୁ ବର୍ତ୍ତମାନ ସମୟରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ପଡିବ।

ମାରିୱାଲାଙ୍କ ''ଏହି ମହତ୍ବପୂର୍ଣ୍ଣ ଆହ୍ବାନ ପଦକ୍ଷେପ ମାଧ୍ୟମରେ ଆମେ ଭାରତୀୟ ଉଦ୍ଭାବକଙ୍କ ସୃଜନଶୀଳ ପ୍ରବୃତ୍ତିକୁ ପ୍ରଜ୍ବଳିତ କରୁଛୁ, ଯାହା ଏହି ସମସ୍ୟାର ସମାଧାନ ପାଇଁ ଏକ ଆହ୍ବାନ। ଏହା ସୁଲଭ, ସରଳ, ନିରାପଦ, ମାପନୀୟ ଏବଂ ସ୍ଥାୟୀ ହେବ ବୋଲି ଏମଆଇଏଫ୍ ପରିଚାଳନା ପରିଷଦ ଅଧ୍ୟକ୍ଷ କହିଛନ୍ତି।

ABOUT THE AUTHOR

...view details