ଓଡିଶା

odisha

By

Published : Sep 9, 2020, 6:46 PM IST

ETV Bharat / bharat

ଦେଶରେ କୋରୋନା ସୁସ୍ଥହାର 77.77% କୁ ବୃଦ୍ଧି, ଏଯାଏଁ 34 ଲକ୍ଷ ହୋଇଛନ୍ତି ସୁସ୍ଥ

ଗତ 24 ଘଣ୍ଟା ମଧ୍ୟରେ, ଭାରତରେ ଗୋଟିଏ ଦିନରେ ସର୍ବାଧିକ 74, 894 ରୁ ଅଧିକ ରୋଗୀ ସୁସ୍ଥ ହୋଇ ସୁସ୍ଥହାର 77.77% କୁ ବୃଦ୍ଧି ପାଇଛି । ଏବେ ପର୍ଯ୍ୟନ୍ତ ଦେଶରେ 34 ଲକ୍ଷ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ କୋରୋନା ସୁସ୍ଥହାର 77.77% କୁ ବୃଦ୍ଧି, ଏଯାଏଁ 34 ଲକ୍ଷ ହୋଇଛନ୍ତି ସୁସ୍ଥ
ଦେଶରେ କୋରୋନା ସୁସ୍ଥହାର 77.77% କୁ ବୃଦ୍ଧି, ଏଯାଏଁ 34 ଲକ୍ଷ ହୋଇଛନ୍ତି ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କୋରୋନା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ସୁସ୍ଥହାର ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ, ଭାରତରେ ଗୋଟିଏ ଦିନରେ ସର୍ବାଧିକ 74, 894 ରୁ ଅଧିକ ରୋଗୀ ସୁସ୍ଥ ହୋଇ ସୁସ୍ଥହାର 77.77% କୁ ବୃଦ୍ଧି ପାଇଛି । ଏବେ ପର୍ଯ୍ୟନ୍ତ ଦେଶରେ 34 ଲକ୍ଷ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ କ୍ରମାଗତ ସୁସ୍ଥହାରରେ ବୃଦ୍ଧି ପାଉଥିବା ବେଳେ ଦେଶରେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇ 20.53 ପ୍ରତିଶତରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସୁସ୍ଥହାର ଏବେ ସକ୍ରିୟ ମାମଲାର 3.8 ଗୁଣ ଅଧିକରେ ରହିଛି । ଏକ ମାସ ମଧ୍ୟରେ ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ କହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଦେଶର 9 ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ 80 ପ୍ରତିଶତରୁ ଅଧିକ ସୁସ୍ଥହାର ରିପୋର୍ଟ ହୋଇଛି । ଏହି ରାଜ୍ୟଗୁଡିକ ମଧ୍ୟରେ ବିହାର, ତାମିଲନାଡୁ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଗୁଜୁରାଟ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଭାରତର ମୃତ୍ୟୁ ହାର 1.69 ପ୍ରତିଶତ ରହିଛି। ବିଶ୍ବର ହାରାହାରି ତୁଳନାରେ ଭାରତ ଧୀରେ ଧୀରେ କମ୍ ମୃତ୍ୟୁ ହାର ବଜାୟ ରଖିଛି ଯାହା 3 ପ୍ରତିଶତରୁ ଅଧିକ ଅଟେ।

ଦେଶରେ 17 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମୃତ୍ୟୁ ହାର 1 ପ୍ରତିଶତରୁ କମ୍ ବୋଲି ରିପୋର୍ଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ, 89 ହଜାର 706 ଟି ନୂତନ ମାମଲା ମୋଟ ପଜିଟିଭ୍ ମାମଲାକୁ 43 ଲକ୍ଷ 70 ହଜାର 129 ପହଞ୍ଚାଇଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ କୋରୋନା ମାମଲା 8 ଲକ୍ଷ 97 ହଜାର ଏବଂ 394 ରେ ଅଛି। ଗତ 24 ଘଣ୍ଟା ମଧ୍ୟରେ 1115 ଜଣଙ୍କର ମୃତ୍ୟୁ ହୋଇ ମୃତ୍ୟୁ ସଂଖ୍ୟା 73 ହଜାର 890ରେ ପହଞ୍ଚିଛି ।

ABOUT THE AUTHOR

...view details