ଓଡିଶା

odisha

By

Published : Aug 23, 2020, 10:21 AM IST

ETV Bharat / bharat

କୋରୋନା ସୁସ୍ଥ ହାର 74.69% ବୃଦ୍ଧି: ଦିନକରେ ସର୍ବାଧିକ 10,23,836 ନମୂନା ପରୀକ୍ଷା

ଗତ 24 ଘଣ୍ଟା ମଧ୍ୟରେ 63,631 ରୋଗୀ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁସ୍ଥହାର 74.69 ପ୍ରତିଶତରେ ପହଞ୍ଚିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ 10,23,000 ରୁ ଅଧିକ ଲୋକଙ୍କ ନମୂନା ପରୀକ୍ଷା କରି ଭାରତ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

କୋରୋନା ସୁସ୍ଥ ହାର 74.69% ବୃଦ୍ଧି, ଦିନକରେ ସର୍ବାଧିକ 10,23,836 ନମୁନା ପରୀକ୍ଷା
କୋରୋନା ସୁସ୍ଥ ହାର 74.69% ବୃଦ୍ଧି, ଦିନକରେ ସର୍ବାଧିକ 10,23,836 ନମୁନା ପରୀକ୍ଷା

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 63,631 ରୋଗୀ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁସ୍ଥହାର 74.69 ପ୍ରତିଶତରେ ପହଞ୍ଚିଛି । ଏହା ସହିତ ଦେଶରେ ସମୁଦାୟ 22,22,000ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା 6,00,097ରୁ ଉର୍ଦ୍ଧ୍ବ । ଗତ 24 ଘଣ୍ଟା ମଧ୍ୟରେ 945 ଜଣଙ୍କର ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 55,794ରେ ପହଞ୍ଚିଥିବା ଜଣାଯାଇଛି।

ଗୋଟିଏ ଦିନରେ 69,874 ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ସଂକ୍ରମଣ ସଂଖ୍ୟା 29,75,701କୁ ବୃଦ୍ଧି ପାଇଛି । ତେବେ ଦେଶରେ କୋରୋନା ସଂକ୍ରମଣର 6,97,330ଟି ସକ୍ରିୟ ମାମଲା ରହିଛି । ଏହି ଘଟଣାରେ ମୃତ୍ୟୁ ହ୍ରାସ ହାର ସ୍ଥିର ଜାରି ରଖିଛି ଏବଂ ବର୍ତ୍ତମାନ 1.87 ପ୍ରତିଶତରେ ପହଞ୍ଚିଛି ।

ଗୋଟିଏ ଦିନରେ 10 ଲକ୍ଷ ନମୁନା ପରୀକ୍ଷା କରି ଭାରତ ରେକର୍ଡ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ 10,23,000ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଯାହା ସମୁଦାୟ ପରୀକ୍ଷାକୁ 3 କୋଟି 44 ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚାଇଛି । ଗତକାଲି ଗୋଟିଏ ଦିନରେ ସର୍ବାଧିକ 10,23,836 ନମୁନା ପରୀକ୍ଷା କରାଯାଇଥିଲା । ତେବେ ଗତ 21 ଦିନ ମଧ୍ୟରେ ସୁସ୍ଥ ମାମଲାରେ ପ୍ରାୟ 100 ପ୍ରତିଶତ ବୃଦ୍ଧି ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ABOUT THE AUTHOR

...view details