ଓଡିଶା

odisha

By

Published : Jul 2, 2020, 1:39 PM IST

ETV Bharat / bharat

କୋରୋନା ଆରୋଗ୍ୟ ହାର 59.51%କୁ ବୃଦ୍ଧି, 3 ଲକ୍ଷ 59 ହଜାର ସୁସ୍ଥ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ସମୁଦାୟ 3ଲକ୍ଷ 59ହଜାର 860 କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 11 ହଜାର 881 ଲୋକ ସୁସ୍ଥ ହୋଇଛନ୍ତି । ଏହି ସମସ୍ତ ରିପୋର୍ଟ ଅନୁସାରେ ଦେଶରେ କ୍ରମାଗତ ଭାବେ ଆରୋଗ୍ୟ ପ୍ରତିଶତରେ ଉନ୍ନତି ପରିଲକ୍ଷିତ ହେଉଛି । ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର 59.51 ପ୍ରତିଶତକୁ ବୃଦ୍ଧି ପାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବାରେ ଲାଗୁଛି । ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ କ୍ରମାଗତ ଭାବେ ବଢିବାରେ ଲାଗୁଥିବା ବେଳେ ଦେଶରେ ଆରୋଗ୍ୟ ହାର ଆଶ୍ବସ୍ତିକର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ସମୁଦାୟ 3ଲକ୍ଷ 59ହଜାର 860 କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 11 ହଜାର 881 ଲୋକ ସୁସ୍ଥ ହୋଇଛନ୍ତି । ଏହି ସମସ୍ତ ରିପୋର୍ଟ ଅନୁସାରେ ଦେଶରେ କ୍ରମାଗତ ଭାବେ ଆରୋଗ୍ୟ ପ୍ରତିଶତରେ ଉନ୍ନତ୍ତି ପରିଲକ୍ଷିତ ହେଉଛି । ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର 59.51 ପ୍ରତିଶତକୁ ବୃଦ୍ଧି ପାଇଛି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 19 ହଜାର 148 ନୂତନ ମାମଲା ରିପୋର୍ଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମାମଲା 6 ଲକ୍ଷ 4 ହଜାର 641ରେ ପହଞ୍ଚିଛି । ଏତ୍‌ଦବ୍ୟତୀତ ଦେଶରେ ଗୋଟିଏ ଦିନରେ 434 ଜଣଙ୍କର କୋରୋନା କାରଣରୁ ମୃତ୍ୟୁ ଘଟିଛି । ଏହାକୁ ମିଶାଇଲେ ବର୍ତ୍ତମାନ ଦେଶବ୍ୟାପୀ କୋରୋନା ମୃତ୍ୟୁ ସଂଖ୍ୟା 17 ହଜାର 834ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ କରୋନା ମାମଲା 2 ଲକ୍ଷ 26 ହଜାର 947 ରହିଛି ।

ଏହି ସମୟରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ଆଇସିଏମ୍ଆର କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବୋରେଟୋରୀ ଦ୍ବାରା ମୋଟ 2 ଲକ୍ଷ 29 ହଜାର 588 ଟି କୋରୋନା ନମୁନା ପରୀକ୍ଷା କରାଯାଇଥିଲା । ଭାରତରେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ଲାବୋରେଟୋରୀ ମାନଙ୍କ ଦ୍ବାରା ଏହା ସର୍ବାଧିକ ସଂଖ୍ୟକ ପରୀକ୍ଷଣ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 90 ଲକ୍ଷ 56 ହଜାର 173 କୋରୋନା ପରୀକ୍ଷା କରାଯାଇଛି ।

ଆଇସିଏମଆର କ୍ରମାଗତ ଭାବରେ ସରକାରୀ ଏବଂ ବେସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦେଇ Covid-19 ପାଇଁ ଏହାର ପରୀକ୍ଷଣ ସୁବିଧାକୁ ମାପ କରୁଛି । ବର୍ତ୍ତମାନ ସୁଦ୍ଧା, ସମଗ୍ର ଭାରତରେ ସମୁଦାୟ 1065 ଲାବୋରେଟୋରୀକୁ କୋରୋନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ 768 ସରକାରୀ ଲାବୋରେଟୋରୀ ଏବଂ 297 ବେସରକାରୀ ଲାବୋରେଟୋରୀ ଚେନ ରହିଛନ୍ତି ।

ABOUT THE AUTHOR

...view details