ଓଡିଶା

odisha

By

Published : Jun 15, 2020, 1:45 PM IST

ETV Bharat / bharat

ସୁସ୍ଥ ହେଉଛି ଭାରତ: ଦେଶରେ କୋରୋନା ଆରୋଗ୍ୟ ହାରରେ ଦ୍ରୁତ ବୃଦ୍ଧି

କେନ୍ଦ୍ର ସରକାର କହିଛନ୍ତି ଯେ, ଦେଶରେ କୋଭିଡ-19ରେ ଆରୋଗ୍ୟଲାଭ ହାର 51.07 ପ୍ରତିଶତରେ ପହଞ୍ଚିଛି । ଦେଶରେ ମୋଟ ଏକ ଲକ୍ଷ 69 ହଜାର 798 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 7 ହଜାର 419 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସକ୍ରିୟ କୋରୋନା ମାମଲା 1 ଲକ୍ଷ 53 ହଜାର 106 ରହିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କୋରୋନା ସଂକ୍ରମଣ ରିପୋର୍ଟ ରେକର୍ଡ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ କୋରୋନା ଆରୋଗ୍ୟ ହାର ରିପୋର୍ଟ ଆଶ୍ବସ୍ତି ପ୍ରଦାନ କରିଛି । କେନ୍ଦ୍ର ସରକାର କହିଛନ୍ତି ଯେ, ଦେଶରେ କୋଭିଡ-19ରେ ଆରୋଗ୍ୟଲାଭ ହାର 51.07 ପ୍ରତିଶତରେ ପହଞ୍ଚିଛି । ଦେଶରେ ମୋଟ ଏକ ଲକ୍ଷ 69 ହଜାର 798 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 7 ହଜାର 419 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସକ୍ରିୟ କୋରୋନା ମାମଲା 1 ଲକ୍ଷ 53 ହଜାର 106 ରହିଛି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ 11ହଜାର 502 ନୂତନ ମାମଲା କୋଭିଡ -19 ର ରିପୋର୍ଟ ହୋଇଛି । ଯାହା ଦେଶରେ ମୋଟ ମାମଲାକୁ ତିନି ଲକ୍ଷ 32 ହଜାର 424ରେ ପହଞ୍ଚାଇଛି । ଏହାସହ ଗତ 24 ଘଣ୍ଟା ମଧ୍ୟରେ 325 ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯାହା ସାରା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 9 ହଜାର 520 । ଦେଶରେ ମୃତ୍ୟୁ ହାର 2.86 ପ୍ରତିଶତ ରହିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବ୍ରୋଟୋରୀ ଦ୍ବାରା ସମୁଦାୟ 1 ଲକ୍ଷ 15 ହଜାର 519 କୋରୋନା ଭାଇରସ୍ ଟେଷ୍ଟିଂ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 57 ଲକ୍ଷ 74 ହଜାର 133 ପରୀକ୍ଷା କରାଯାଇଛି ।

ଆଇସିଏମଆର କ୍ରମାଗତ ଭାବରେ ସରକାରୀ ଏବଂ ବେସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦେଇ କୋଭିଡ ପାଇଁ ଏହାର ପରୀକ୍ଷଣ ସୁବିଧାକୁ ବର୍ଦ୍ଧିତ ଓ ମାର୍ଜିତ କରୁଛି । ବର୍ତ୍ତମାନ ସୁଦ୍ଧା, ସମଗ୍ର ଭାରତରେ ସମୁଦାୟ 901 ଲାବ୍ରୋଟୋରୀକୁ କୋରୋନା ଟେଷ୍ଟିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦେଶରେ 653 ସରକାରୀ ଲାବ୍ରୋଟୋରୀ ଏବଂ 248 ବେସରକାରୀ ଲାବ୍ରୋଟୋରୀ ଚେନ୍‌କୁ କୋଭିଡ -19 ପାଇଁ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି ।

ABOUT THE AUTHOR

...view details