ଚେନ୍ନାଇ: ତାମିଲନାଡୁରେ କୋରୋନା ମୃତ୍ୟୁ ହାର ତୁଳନାରେ ଆରୋଗ୍ୟ ହାର ଢେର ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆରୋଗ୍ୟ ହାର 54.49 ପ୍ରତିଶତ। ମଙ୍ଗଳବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଏହି ସୂଚନା ଦେଇଛନ୍ତି ।
ଜୁନ୍ 15 ରେ ସ୍ବାସ୍ଥ୍ୟ ବିଭାଗର ତଥ୍ୟକୁ ଉଦ୍ଧାର କରି ପଲାନି କହିଛନ୍ତି, ରାଜ୍ୟର ଏଯାବତ 46,504 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 25,344 ଲୋକ ଆରୋଗ୍ୟ ହୋଇଛନ୍ତି । ସେହିପରି ଏବେ 20,678 ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ମୋଟ୍ 479 ଜଣଙ୍କର ମୃତ୍ୟୁ ଘଟିଛି ।