ଓଡିଶା

odisha

ETV Bharat / bharat

COVID-19: ରାଜସ୍ଥାନରେ ଏକ ସପ୍ତାହ ପାଇଁ ସୀମା ସିଲ୍ - ରାଜସ୍ଥାନ ସରକାର

କୋରୋନା ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏହାର ସୀମାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ପାସ୍ ଥିବା ଲୋକଙ୍କୁ ରାଜ୍ୟ ପ୍ରବେଶ କିମ୍ବା ଛାଡିବାକୁ ଅନୁମତି ଦିଆଯିବ। ଅଧିକ ପଢନ୍ତୁ...

COVID-19: ରାଜସ୍ଥାନରେ ଏକ ସପ୍ତାହ ପାଇଁ ସୀମା ସିଲ୍
COVID-19: ରାଜସ୍ଥାନରେ ଏକ ସପ୍ତାହ ପାଇଁ ସୀମା ସିଲ୍

By

Published : Jun 10, 2020, 3:33 PM IST

ଜୟପୁର: କୋରୋନା ସାରାବିଶ୍ବରେ ଏବେ ତାଣ୍ଡବ ରଚୁଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ କୋରୋନା ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏହାର ସୀମାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ପାସ୍ ଥିବା ଲୋକଙ୍କୁ ରାଜ୍ୟ ପ୍ରବେଶ କିମ୍ବା ଛାଡିବାକୁ ଅନୁମତି ଦିଆଯିବ।

ରାଜସ୍ଥାନରେ ସମୁଦାୟ 11,245 କରୋନା ପଜିଟିଭ୍ ମାମଲା ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ 8,328 ଜଣ ସୁସ୍ଥ ହୋଇଛନ୍ତି ଏବଂ 255 ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି । ସଚେତନକୁ ଦୃଷ୍ଟିରେ ରଖି ଆନ୍ତଃରାଜ୍ୟ ରାସ୍ତାରେ ପୋଲିସ ଚେକପଏଣ୍ଟ ସ୍ଥାପନ କରାଯିବ ଏବଂ ପୂର୍ବ ଅନୁମତି ନଥିବା ଲୋକଙ୍କୁ ରାଜ୍ୟ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟ ବାହାରକୁ ଯାଉଥିବା ଲୋକଙ୍କୁ ମଧ୍ୟ ଏଥିପାଇଁ ଉପଯୁକ୍ତ ପାସ୍ ବିନା ଅନୁମତି ଦିଆଯିବ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି।

ଜିଲ୍ଲା ମାଜିଷ୍ଟ୍ରେଟ ତଥା ପୋଲିସ ଅଧୀକ୍ଷକଙ୍କୁ ଏହି ପାସ ପ୍ରଦାନ କରିବାକୁ କ୍ଷମତା ଦିଆଯାଇଛି। ଅନ୍ୟ ରାଜ୍ୟକୁ ଯାତ୍ରା ପାଇଁ ଅନୁମତି କେବଳ ଜରୁରୀକାଳୀନ ପରିସ୍ଥିତି, ଚିକିତ୍ସା ତଥା ଜଣାଶୁଣା ବ୍ୟକ୍ତିଙ୍କ ମୃତ୍ୟୁ ସମୟରେ ହିଁ ପ୍ରଦାନ କରାଯିବ। ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ଚେକପଏଣ୍ଟ ମଧ୍ୟ ସ୍ଥାପନ କରାଯିବ ଏବଂ କେବଳ ରାଜ୍ୟରୁ ଅନୁମତି ଥିବା ଲୋକଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ଏଥିରେ କୁହାଯାଇଛି।

ABOUT THE AUTHOR

...view details