ଓଡିଶା

odisha

ETV Bharat / bharat

କୋରୋନା ଭୟ: ଆନ୍ଧ୍ରରେ 149 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା - ଆନ୍ଧ୍ରପ୍ରଦେଶ କୋରୋନା ଅପଡେଟ୍

ଗତ ଗୁରୁବାର ସନ୍ଧ୍ୟାରେ ସୁଦ୍ଧା ଆନ୍ଧ୍ରରେ 6 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 149ରେ ପହଞ୍ଚିଛି ।

_corona upadate
ଆନ୍ଧ୍ରରେ 149 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Apr 3, 2020, 8:26 AM IST

ଅମରାବତୀ: ପୁଣି ବଢିଲା ଆନ୍ଧ୍ରପ୍ରଦେଶ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଗୁରୁବାର ସନ୍ଧ୍ଯାରେ 6 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଆନ୍ଧ୍ରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 149ରେ ପହଞ୍ଚିଛି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନିଲୋରରୁ 24, କ୍ରୀଷ୍ଣା ଜିଲ୍ଲାରୁ 23 ଏବଂ ଗୁଣ୍ଟୁର ଜିଲ୍ଲାରୁ 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ ଏପ୍ରିଲ 14 ଯାଏଁ ଲକ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 2069 କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 1860 ଆକ୍ଟିଭ ଏବଂ156 ଜଣ ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ।

ABOUT THE AUTHOR

...view details