ଚଣ୍ଡିଗଡ:କୋରୋନାରେ ଆକ୍ରାନ୍ତ ହୋଇଥିବା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ କୋରୋନା ଟିକା ନେବା ପରେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ ।
ସୂଚନାଅନୁସାରେ, ଭାରତ ବାୟୋଟେକର କୋଭିଡ-19 ଟିକା କୋଭାକ୍ସିନର ଟ୍ରାଏଲ ଡୋଜ ନେଇ ଥିଲେ ମନ୍ତ୍ରୀ ଅନିଲ ବିଜ । ଏହା ପରେ ସେ କୋରୋନା ପରୀକ୍ଷା କରିଥିଲେ । ପରୀକ୍ଷା ପରେ ଡିସେମ୍ବର 5ରେ ସେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ଆମ୍ବାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।