ଓଡିଶା

odisha

ETV Bharat / bharat

ହସ୍ପିଟାଲ ସିଲିଂ ଫ୍ୟାନରେ ଚିକିତ୍ସାଧୀନ କୋରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା, ଚାଲିଛି ତଦନ୍ତ - କୋଭିଡ୍ 19

ଦିଲ୍ଲୀର କୋଭିଡ୍ ହସ୍ପିଟାଲରେ ଚିକିତ୍ସାରତ ଜଣେ କୋଭିଡ୍ ରୋଗୀଙ୍କ ଆତ୍ମହତ୍ୟା। ବ୍ୟକ୍ତି ଜଣକ ହସ୍ପିଟାଲର ସିଲିଂ ଫ୍ୟାନରେ ରଶି ଲଗାଇଦେଇଛନ୍ତି। ମୃତ ବ୍ୟକ୍ତି ଜଣକ ବୟସ 63 ବର୍ଷ ହେବ। ସେ ଦିଲ୍ଲୀର ବାତ୍ରା ହସ୍ପିଟାଲରେ କୋଭିଡ୍ ୱାର୍ଡରେ ଚିକିତ୍ସାରତ ଥିଲେ।

ହସ୍ପିଟାଲ ସିଲିଂ ଫ୍ୟାନରେ ଝୁଲି ଗଲେ ଚିକିତ୍ସାଧୀନ କୋଭିଡ୍ ଆକ୍ରାନ୍ତ, ଚାଲିଛି ତଦନ୍ତ
ହସ୍ପିଟାଲ ସିଲିଂ ଫ୍ୟାନରେ ଝୁଲି ଗଲେ ଚିକିତ୍ସାଧୀନ କୋଭିଡ୍ ଆକ୍ରାନ୍ତ, ଚାଲିଛି ତଦନ୍ତ

By

Published : Jun 2, 2020, 6:58 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନାର କରାଳ ରୂପ। ସଂକ୍ରମଣ ମାମଲା ବଢୁଥିବା ବେଳେ ଦିଲ୍ଲୀ ସରକାର ରୋକିବାକୁ ନାକେଦମ ହୋଇଗଲେଣି। ତଥାପି ଲୋକଙ୍କ ସୁରକ୍ଷା ପାଇଁ ଚାଲିଛି ଲଢେଇ। ଏଭଳି ସମୟରେ କିଛି ଘଟଣା ପରିସ୍ଥିତିକୁ ବେଶୀ ସଙ୍ଗୀନ କରିଦେଉଛି।

ତେବେ ଦିଲ୍ଲୀର କୋଭିଡ୍ ହସ୍ପିଟାଲରେ ଚିକିତ୍ସାରତ ଜଣେ କୋଭିଡ୍ ରୋଗୀଙ୍କ ଆତ୍ମହତ୍ୟା। ବ୍ୟକ୍ତି ଜଣକ ହସ୍ପିଟାଲର ସିଲିଂ ଫ୍ୟାନରେ ରଶି ଲଗାଇଦେଇଛନ୍ତି। ମୃତ ବ୍ୟକ୍ତି ଜଣକ ବୟସ 63 ବର୍ଷ ହେବ। ସେ ଦିଲ୍ଲୀର ବାତ୍ରା ହସ୍ପିଟାଲରେ କୋଭିଡ୍ ୱାର୍ଡରେ ଚିକିତ୍ସାରତ ଥିଲେ।

ମେଡିକାଲ କତ୍ତୃପକ୍ଷଙ୍କ କହିବା ଅନୁସାରେ, ମେ 31 ସକାଳ 4 ଟା ସମୟରେ ତାଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। କେଉଁ କାରଣ ପାଇଁ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଭିଆଇଲେ ତାହା ଜଣାପଡିନଥିବା ବେଳେ ପାଖରୁ କୌଣସି ସୁଇସାଇଡ୍ ନୋଟ ମିଳିନାହିଁ। ଘଟଣାସ୍ଥଳରେ ପୋଲିସ ପହଁଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉକି, ମୃତ ରମେଶ କୀଡନି ଡାଏଲିସିସ ପାଇଁ ମେ 20ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ଚିକିତ୍ସା କରାଯାଉଥିଲା।

ABOUT THE AUTHOR

...view details