ଓଡିଶା

odisha

ETV Bharat / bharat

ଏମ୍ସର 4ର୍ଥ ମହଲାରୁ ଡେଇଁ କୋରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ - ଏମ୍ସ ଟ୍ରମା ସେଣ୍ଟର

ଜଣେ କୋରୋନା ରୋଗୀ ଦିଲ୍ଲୀ ଏମ୍ସ ଟ୍ରମା ସେଣ୍ଟରର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

_sucide
ଏମ୍ସର 4ର୍ଥ ମହଲାରୁ ଡେଇଁ କୋରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Jul 6, 2020, 4:44 PM IST

Updated : Jul 6, 2020, 5:19 PM IST

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଏହା ମଧ୍ୟରେ ଜଣେ କୋରୋନା ରୋଗୀ ଦିଲ୍ଲୀ ଏମ୍ସ ଟ୍ରମା ସେଣ୍ଟରର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ଏହି ଘଟଣାରେ ରୋଗୀ ଜଣଙ୍କ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବୋଲି ଦକ୍ଷିଣପୂର୍ବ ଡିସିପି ଦେବେନ୍ଦର ଆର୍ଯ୍ୟ କହିଛନ୍ତି ।

ସେହିପରି ଗତ ରବିବାର ପଶ୍ଚିମବଙ୍ଗର ନିବାସୀ ଜଣେ କୋରୋନା ନେଗେଟିଭ ଯୁବକ କୋରୋନା ଡରରେ ହାଇଦ୍ରାବାଦର ହୁସେନ ସାଗରକୁ ଡେଇଁ ପଡିଥିଲେ ।

ପ୍ରକାଶ ଥାଉକି, କୋରୋନା ମାମଲାରେ ସର୍ବାଧିକ ପ୍ରବାହିତ ରାଜ୍ୟମାନଙ୍କ ମଧ୍ୟରୁ ଦିଲ୍ଲୀ ଅନ୍ୟତମ । ଦିଲ୍ଲୀରେ ବର୍ତ୍ତମାନ 1 ଲକ୍ଷ ପାଖାପାଖି କୋରୋନା ମାମଲା ରହିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 71,339 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 3067 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Last Updated : Jul 6, 2020, 5:19 PM IST

ABOUT THE AUTHOR

...view details