ଓଡିଶା

odisha

ETV Bharat / bharat

WHO ର ଚେତାବନୀ; କୋରୋନା ବଢିଲେ ପ୍ରତି 16 ସେକେଣ୍ଡରେ ଜନ୍ମ ନେବ ଜଣେ ମୃତଶିଶୁ - who estimates

କୋରୋନା ବଢିଲେ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭ ପାଇଁ ବିପଦ ଥିବା କହି ଚେତାବନୀ ଦେଇଛି ଡବ୍ଲୁଏଚଓ ସମେତ ୟୁନିସେଫ । WHO ପକ୍ଷରୁ ନିଜର ଏକ ଜାରି ରିପୋର୍ଟରେ କହିଛି ଯେ, ଯଦି କୋରୋନା ମହାମାରୀ ବଢେ, ତେବେ ପ୍ରତି 16 ସେକେଣ୍ଡରେ ଜଣେ ମୃତଶିଶୁ ଜନ୍ମ ନେବ ।

WHO ର ଚେତାବନୀ
କୋରୋନାକୁ ନେଇ WHO ର ଚେତାବନୀ

By

Published : Oct 8, 2020, 3:45 PM IST

ଲଣ୍ଡନ: ମହାମାରୀ କୋରୋନାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ(WHO)ର ଚେତାବନୀ । କୋରୋନା ବଢିଲେ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭ ପାଇଁ ବିପଦ ଥିବା କହି ଚେତାବନୀ ଦେଇଛି ହୁ ସମେତ ୟୁନିସେଫ । WHO ପକ୍ଷରୁ ନିଜର ଏକ ଜାରି ରିପୋର୍ଟରେ କହିଛି ଯେ, ଯଦି କୋରୋନା ମହାମାରୀ ବଢେ, ତେବେ ପ୍ରତି 16 ସେକେଣ୍ଡରେ ଜଣେ ମୃତଶିଶୁ ଜନ୍ମ ନେବ ।

WHO ନିଜ ରିପୋର୍ଟରେ ଆହୁରି ମଧ୍ୟ ଖୁଲାସା କରିଛି ଯେ, ଏହାଦ୍ବାରା ପ୍ରତିବର୍ଷ 20 ଲକ୍ଷରୁ ଉର୍ଦ୍ଧ୍ବ ମୃତଶିଶୁ ଜନ୍ମ ନେବା ମାମଲା ସାମ୍ନାକୁ ଆସିବ । ଏହି ରିପୋର୍ଟ ଅନୁସାରେ, ଏଥିସହ ଜଡିତ ପ୍ରାୟ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ପ୍ରଭାବିତ ହେବ । ଗର୍ଭଧାରଣର 28 ସପ୍ତାହ କିମ୍ବା ଏହାପରେ ମୃତଶିଶୁ ଜନ୍ମ ନେବା କିମ୍ବା ପ୍ରସବ ସମୟରେ ଶିଶୁର ମୃତ୍ୟୁ ହୋଇଯିବା(ଷ୍ଟିଲବାର୍ଥ) ଭଳି ଘଟଣା ସୃଷ୍ଟି ହୋଇପାରେ । ଯାହାକୁ ନେଇ ମିଳିତ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି କହିଛି ଯେ, ଗତବର୍ଷ ସାହାରା ଆଫ୍ରିକା କିମ୍ବା ଦଷିଣ ଏସିଆରେ ଜନ୍ମ ନେଇଥିବା ଚାରୋଟି ଜନ୍ମ ମଧ୍ୟରୁ ତିନୋଟି ଷ୍ଟିଲବାର୍ଥ ମାମଲା ରହିଥିଲା।

ଏହାସହ ୟୁନିସେଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହନାରିଟା ଫୋର୍ କହିଛନ୍ତି ଯେ, ପ୍ରତି 16 ସେକେଣ୍ଡରେ କେଉଁଠି ଜଣେ ମା' ଷ୍ଟିଲବାର୍ଥର ସାମ୍ନା କରିବେ । ଉନ୍ନତ ମନିଟରିଂ, ପ୍ରସବ ପରେ ମା' ର ଉପଯୁକ୍ତ ଯତ୍ନ ଏବଂ ନିରାପଦ ପ୍ରସବ ପାଇଁ ବୃତ୍ତିଗତ ଡାକ୍ତରଙ୍କ ସାହାଯ୍ୟରେ ଏଭଳି ମାମଲାକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।

ABOUT THE AUTHOR

...view details