ଓଡିଶା

odisha

ETV Bharat / bharat

କୋରୋନା ଭୟ: ସୁପ୍ରିମକୋର୍ଟ ଓକିଲଙ୍କ ପାଇଁ ନୂଆ ଡ୍ରେସକୋର୍ଡ

କୋରୋନା ସଙ୍କଟ ମଧ୍ୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓକିଲମାନଙ୍କୁ ଭର୍ଚୁଆଲ୍ କୋର୍ଟ ସିଷ୍ଟମ ମାଧ୍ୟମରେ ଶୁଣାଣି ସମୟରେ ସେମାନେ ସାଧା ଧଳା ସାର୍ଟ / ସାଲୱାର୍-କମିଜ୍ / ଶାଢି ସହ ସାଧା ଧଳା ନେକବ୍ୟାଣ୍ଡ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

By

Published : May 14, 2020, 12:48 PM IST

dress code
ସୁପ୍ରିମକୋର୍ଟ ଓକିଲଙ୍କ ପାଇଁ ନୂଆ ଡ୍ରେସକୋର୍ଡ

ନୂଆଦିଲ୍ଲୀ: କୋରୋନାକୁ ନେଇ ବଦଳିଲା ସୁପ୍ରିମକୋର୍ଟ ଓକିଲଙ୍କ ଡ୍ରେସକୋର୍ଡ । କୋରୋନା ସଙ୍କଟ ମଧ୍ୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓକିଲମାନଙ୍କୁ ଭର୍ଚୁଆଲ୍ କୋର୍ଟ ସିଷ୍ଟମ ମାଧ୍ୟମରେ ଶୁଣାଣି ସମୟରେ ସେମାନେ “ସାଧା ଧଳା ସାର୍ଟ / ସାଲୱାର୍-କମିଜ୍ / ଶାଢି ସହ ସାଧା ଧଳା ନେକବ୍ୟାଣ୍ଡ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମେ13 ରେ ସେକ୍ରେଟେରୀ ଜେନେରାଲ୍ ସଞ୍ଜୀବ ଏସ୍ କାଲଗାଓଁଙ୍କରଙ୍କ ନାମରେ ଜାରି କରାଯାଇଥିବା ଏକ ବିବୃତ୍ତି କୁହାଯାଇଛି ଯେ, ବର୍ତ୍ତମାନ ଚାଲିଥିବା କୋରୋନା ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଓକିଲମାନେ ଭର୍ଚୁଆଲ୍ କୋର୍ଟ ସିଷ୍ଟମ ମାଧ୍ୟମରେ ଶୁଣାଣି ସମୟରେ ଭାରତର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସାଧା ଧଳା ସାର୍ଟ / ସାଲୱାର୍-କମିଜ୍ / ଶାଢି ସହ ସାଧା ଧଳା ନେକବ୍ୟାଣ୍ଡ ପିନ୍ଧିବେ ।

ଏହାପୂର୍ବରୁ ଗତ ବୁଧବାର ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଛନ୍ତି ଯେ, ଡାକ୍ତରମାନେ ଗାଉନ୍ ଏବଂ କୋଟ୍ ନ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କାରଣ ଏହାଦ୍ବାରା ଭାଇରସ ଶୀଘ୍ର ସଂକ୍ରମଣ ହେବା ସହ ସଂକ୍ରମଣ ବ୍ୟାପିବାର ବହୁ ଆଶଙ୍କା ଥାଏ ।

ଏଥିସହ ସେ କହିଛନ୍ତି, ସୁପ୍ରିମକୋର୍ଟ ମାମଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେଉଥିବା ଅନ୍ୟ ବିଚାରପତି ଏବଂ ଆଇନଜୀବୀମାନଙ୍କ ପାଇଁ ମଧ୍ୟ ଡ୍ରେସ୍ କୋଡ୍ ଜାରି ହୋଇପାରେ । ତେବେ ଗତ ବୁଧବାର ଶୀର୍ଷ କୋର୍ଟର ବିଚାରପତିମାନେ ଧଳା ସାର୍ଟ ଏବଂ ବ୍ୟାଣ୍ଡ ପିନ୍ଧି ବସିଥିବାର ଦେଖିବାକୁ ମିଳିଥିଲା।

ABOUT THE AUTHOR

...view details