ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ଜାନୁଆରୀ 31 ଯାଏଁ ବଢିଲା ଲକଡାଉନ

ଜାନୁଆରୀ 31 ଯାଏଁ ବଢିଲା ମହାରାଷ୍ଟ୍ରରେ ଲକଡାଉନ ସମୟସୀମା । ଅଧିକ ପଢନ୍ତୁ...

ଜାନୁଆରୀ 31ଯାଏଁ ବଢିଲା ଲକଡାଉନ
ଜାନୁଆରୀ 31ଯାଏଁ ବଢିଲା ଲକଡାଉନ

By

Published : Dec 30, 2020, 3:07 PM IST

ମୁମ୍ବାଇ: ଦେଶକୁ ଏବେ କୋରୋନର ନୂଆ ଷ୍ଟ୍ରେନ ଭୟ । କୋରୋନାର ଏପରି ସ୍ଥିତିକୁ ଦେଖି ବୁଧବାର ମହାରାଷ୍ଟ୍ର ସରକାର ଜାନୁଆରୀ 31ଯାଏଁ ଲକଡାଉନକୁ ବଢାଇ ଦେଇଛନ୍ତି । ଆଗରୁ ଡିସେମ୍ବର 31 ଯାଏଁ ଲକାଡାଉନ ରହିଥିଲା ।

କୋରୋନା ମହାମାରୀକୁ ଧ୍ୟାନରେ ରଖି ଧାରା 1897 ଅନୁଯାଇ ମିଶନ ବିଗିନ ଏଗେନ ଅପରେସନ ଆରମ୍ଭ କରିଛି ମହାରାଷ୍ଟ୍ର ସରକାର । ରାଜ୍ୟର ପ୍ରତି ଜିଲ୍ଲାରେ ରାତ୍ରୀକାଳିନ କର୍ଫ୍ୟୁକୁ ବଳବତ୍ତର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି । ମହାମାରୀକୁ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆହୋଇଛି ।

କୋରୋନାର ତାଣ୍ଡବ କମିନଥିବାବେଳେ ନୂଆ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିଛି । ବୁଧବାର ମହାରାଷ୍ଟ୍ରରେ 3ହଜାର 18ଟି ନୂଆ କୋରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ 5ହଜାର 5ଶହ 72ଜଣ ସୁସ୍ଥ ହୋଇଛନ୍ତି । ଏହାସହ କୋରୋନାରେ 68ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ 55ହଜାର 6 ଶହ 72ଟି ସକ୍ରିୟ ମାମଲା ରହିଛି ।

@ANI

ABOUT THE AUTHOR

...view details